Below header

୧୦ମ ପାସଙ୍କ ପାଇଁ ରେଲୱେ ଚାକିରି ସୁଯୋଗ, ଜଲଦି କରନ୍ତୁ ଖାଲିପଡିଛି ୫୬୧ ପଦବୀ

୧୦ମ ପାସ୍ କରି ଆଇଟିଆଇ କରିଛନ୍ତି କି ? ଯଦି ହଁ, ତେବେ ଆପଣ ମଧ୍ୟ ଣେଲୱେ ଚାକିରି କରିପାରିବେ। RRB ପଶ୍ଚିମ ରେଲୱେ ପକ୍ଷରୁ ବିଭିନ୍ନ ବିଭାଗରେ ଡ୍ରେଡ ଆପାରଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି। ଯଦି ଆପଣ ୧୦ମ ପାସ୍ କରିଛନ୍ତି, ତେବେ ଜଲଦି କରନ୍ତୁ ଆବେଦନ। ଇଚ୍ଛୁକ ପ୍ରାର୍ଥୀ ପଶ୍ଚିମ ରେଲୱେର ଅଧିକାରକ ୱେବସାଇଟକୁ ଯାଇ ଆବେଦନ କରିପାରିବେ।

ପଦବୀ ବିବରଣୀ: ୫୬୧

ଟେକ୍ନିସିଆନ: ୧୬୦
ଫିଟର: ୧୪୦
ଟେକ୍ନୋଲୋଜି ସିଷ୍ଟମ ମେଣ୍ଟେନାନ୍ସ: ୫୦
ଭେଲଡର ଗ୍ଯାସ୍ ଏବଂ ଇଲେକ୍ଟ୍ରାନିକ୍ସ: ୩୦
ପମ୍ପ କମ୍ ମେସିନ ଅପରେଟର: ୨୦
କାରପେଣ୍ଟର: ୧୫
ୱେୟାରମ୍ଯାନ: ୧୫
ପେଣ୍ଟର: ୧୦
ହିନ୍ଦୀ ଷ୍ଟୋନୋଗ୍ରାଫର: ୦୭
ଇଂଲିଶ ଷ୍ଟୋନୋଗ୍ରାଫର: ୦୫
ହର୍ଟିକଲଚର ଆସିଷ୍ଟାଣ୍ଟ: ୦୫
ଗାର୍ଡନର: ୦୨
ଫ୍ଲୋରିଷ୍ଟ ଆଣ୍ଡ ଲ୍ଯାଣ୍ଡସ୍କେପିଂ:୦୨

railway

ଶିକ୍ଷାଗତ ଯୋଗ୍ଯତା: ଆବେଦନ କରିବାକୁ ଥିବା ପ୍ରାର୍ଥୀ କୌଣସି ମାନ୍ଯତାପ୍ରାପ୍ତ ବୋର୍ଡ କିମ୍ବା ସଂସ୍ଥାରୁ ୧୦ମ ପରୀକ୍ଷା ପାସ୍ କରିବା ସହିତ ଆଇଟିଆଇରେ ଡିଗ୍ରୀ ପାଇଥିବା ଆବଶ୍ଯକ।

ଜରୁରୀ ତାରିଖ: ଅନଲାଇନ ଆବେଦନ କରିବାର ତାରିଖ ୨୦ ଜାନୁଆରୀ ୨୦୨୧ରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୨୭ ଫେବ୍ରୁଆରୀରେ ସରିବ।

ବୟସ ସୀମା: ଏହିସବୁ ପଦବୀ ପାଇଁ ସର୍ବନିମ୍ନ ବୟସ ୧୫ ବର୍ଷରୁ ଅଧିକ ଏବଂ ୨୫ ବର୍ଷରୁ କମ୍ ହୋଇଥିବା ଆବଶ୍ଯକ। ରିଜର୍ଭ ଶ୍ରେଣୀରେ କିଛି ରିହାତି ମିଳିବ।

ଏଠାରେ କରନ୍ତୁ ଆବେଦନ : ଇଚ୍ଛୁକ ପ୍ରାର୍ଥୀ ପଶ୍ଚିମ ରେଲୱେର ଅଧିକାରକ ୱେବସାଇଟ୍  WCR.indianrailways.gov.in କୁ ଯାଇ ୨୭ ଫେବ୍ରୁଆରୀ ସୁଦ୍ଧା ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.