RBI ଲଞ୍ଚ କଲା ନୂଆ ସର୍ଭିସ ‘୧୨୩ ପେ’, ବିନା ସ୍ମାର୍ଟଫୋନ ଏବଂ ବିନା ଇଣ୍ଟରନେଟରେ କରିପାରିବେ UPI ପେମେଣ୍ଟ

ସ୍ମାର୍ଟଫୋନ୍ ନଥିଲେ ବି ଏଣିକି ଆପଣ ମାନେ ୟୁପିଆଇ ପେମେଣ୍ଟ କରିପାରିବେ । ସାଧାରଣ ଫୋନରେ ବି ଆପଣ ମାନେ କରିପାରିବେ ୟୁପିଆଇ ପେମେଣ୍ଟ୍ । ଆରବିଆଇ ପକ୍ଷରୁ ନୂତନ ୟୁପିଆଇ ଆଧାରିତ ପେମେଣ୍ଟ୍ ପ୍ରଡକ୍ଟ ଲଞ୍ଚ କରାଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ନୂଆ ସେବା ଆରମ୍ଭ କରିଛନ୍ତି। ବର୍ତ୍ତମାନ ଲୋକମାନେ କେବଳ ନିଜ ସ୍ମାର୍ଟଫୋନରେ ଇଣ୍ଟରନେଟ୍ କନେକ୍ଟିଭିଟି ସହିତ ହିଁ ୟୁପିଆଇ ପେମେଣ୍ଟ୍ କରୁଛନ୍ତି । ହେଲେ ଏବେ ଠାରୁ ଫିଚର୍ ଫୋନ୍ ଗୁଡ଼ିକରେ ବି ୟୁପିଆଇ ପେମେଣ୍ଟ୍ ହୋଇପାରିବ । ଯାହା ଜରିଆରେ ୪୦ କୋଟି ଫିଚର ଫୋନରୁ ସୁରକ୍ଷିତ ଭାବେ ଡିଜିଟାଲ ଦେଣନେଣ କରିପାରିବେ। ଯେଉଁ ଲୋକଙ୍କ ପାଖରେ ଇଣ୍ଟରନେଟ କନେକ୍ସନ ନାହିଁ, ସେମାନେ ୟୁପିଆଇ ୧୨୩ ପେ ଜରିଆରେ ଡିଜିଟାଲ ଦେଣନେଣ କରିପାରିବେ।

୨୦୨୧-୨୨ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ ୟୁପିଆଇ ଦେଣନେଣ ୭୬ ଲକ୍ଷ କୋଟିରେ ପହଞ୍ଚିଛି, ଯାହା ପୂର୍ବ ଆର୍ଥିକ ବର୍ଷରେ ୪୧ ଲକ୍ଷ କୋଟି ଟଙ୍କା ଥିଲା। ଆରବିଆଇର ଡେପୁଟି ଗଭର୍ଣ୍ଣର ଟି ରବି ଶଙ୍କର କହିଛନ୍ତି ଯେ, ବର୍ତ୍ତମାନ ୟୁପିଆଇ ସେବା ୟୁଏସଏସଠି ଆଧାରିତ ସେବା ଜରିଆରେ ଏମିତି ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଛି କିନ୍ତୁ ଏହା ବହୁତ କଷ୍ଟଦାୟକ ଏବଂ ସମସ୍ତ ମୋବାଇଲ ଅପରେଟରଙ୍କୁ ଏହି ସେବା ପ୍ରଦାନ ପାଇଁ ଅନୁମତି ଦେଉନାହିଁ। ମୋବାଇଲ ୟୁଜର୍ସ ଏବେ ଚାରିଟି ଯାନ୍ତ୍ରିକ ବିକଳ୍ପ ଉପରେ ଆଧାର କରି ବିଭିନ୍ନ ପ୍ରକାରର ଦେଣନେଣ କରିପାରିବେ । ଏଥିମଧ୍ୟରେ କଲିଂ IVR (ଇଣ୍ଟରାକ୍ଟିଭ୍ ଭଏସ୍ ରେସପନ୍ସ) ନମ୍ବର, ଫିଚର ଫୋନରେ ଆପ୍‌ କାର୍ଯ୍ୟକ୍ଷମ, ମିସ୍‌ଡ କଲ୍‌ ଆଧାରିତି ବିଧି, ନିକଟତର ଭଏସ୍ ଆଧାରିତ ଦେୟ ସାମିଲ ରହିଛି।

ଏହି ସେବା ଜରିଆରେ ୟୁଜର୍ସ ନିଜ ବନ୍ଧୁ ଏବଂ ପରିବାର ସଦସ୍ୟଙ୍କୁ ପଇସା ପଠାଇପାରିବେ। ଏହାଛଡା ବିଭିନ୍ନ ବିଲ୍‌ ମଧ୍ୟ ଦେଇପାରିବେ। ଏହା ଜରିଆରେ ପାଷ୍ଟଟାଗ୍‌ ରିଚାର୍ଜ ମଧ୍ୟ କରିପାରିବେ। ମୋବାଇଲ ବିଲ୍‌ ମଧ୍ୟ ପଇଠ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.