ଖସୁଛି ଦେଶର ଅଭିବୃଦ୍ଧି: ଚଳିତ ଆର୍ଥିକ ବର୍ଷରେ ଏହା ୫ ପ୍ରତିଶତ ରହିବା ପୂର୍ବାନୁମାନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଖସୁଛି ଦେଶର ଅଭିବୃଦ୍ଧି। ଏପରି କି ଚଳିତ ଆର୍ଥିକ ବର୍ଷରେ ଏହା ୫ ପ୍ରତିଶତ ରହିବା ପୂର୍ବାନୁମାନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଗତ ଅକ୍ଟୋବର ମାସରେ ଆରବିଆଇ ଅଭିବୃଦ୍ଧି ୬.୧ ପ୍ରତିଶତ ରହିବ ବୋଲି ଅନୁମାନ କରିଥିଲା। ଏବେ କିନ୍ତୁ ଏହାକୁ ୫ ପ୍ରତିଶତକୁ ଆହୁରି କମାଯାଇଛି । ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ କ୍ୱାର୍ଟରେ ୪.୫ ପ୍ରତିଶତ ଥିଲା ଜିଡିପି । ଯାହାକି ଗତ ୬ ବର୍ଷରେ ସବୁଠୁ ସର୍ବନିମ୍ନ ଥିଲା। ଅଭିବୃଦ୍ଧି ହାର କମୁଥିବାରୁ ସମସ୍ତେ ଅନୁମାନ କରୁଥିଲେ ଆରବିଆଇ ମନିଟାରି ପଲିସି କମିଟି ସୁଧ ହାର କମାଇବ। କିନ୍ତୁ ରେପୋ ରେଟ୍‌ ୫.୧୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି।

ଏହାସହ ପଢନ୍ତୁ:

SBIର ଏହି ସ୍କିମରେ ଜମା କରନ୍ତୁ ଘରେ ରଖିଥିବା ସୁନା, କରିପାରିବେ ଏକ୍ସଟ୍ରା ରୋଜଗାର ଜାଣନ୍ତୁ କେମିତି

ସେହିପରି ରିଭର୍ସ ରେପୋ ରେଟ୍‌ ୪ ଦଶମିକ ୯୦ ରହିଛି। ଦେଶର ଅଭିବୃଦ୍ଧି ହାର ନିମ୍ନଗାମୀ ହେଉଥିବା ବେଳେ ମୋଦି ସରକାର ୨୦୨୫ ସୁଦ୍ଧା ୫ ଟ୍ରିଲିୟନ୍‌ ଡଲାର୍‌ ଅର୍ଥନୀତି ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ଦିନକୁ ଦିନ ଦେଶର ଅଭିବୃଦ୍ଧି ହ୍ରାସକୁ ନେଇ ଶିଳ୍ପ ଜଗତ ଓ ଅର୍ଥନୀତିଜ୍ଞ ଚିନ୍ତା ପ୍ରକଟ କଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩୫୦ ଲକ୍ଷ କୋଟି ଟଙ୍କାର ଅର୍ଥନୀତି ସ୍ୱପ୍ନ ପୂରଣ ପାଇଁ ଅଭିବୃଦ୍ଧି ହାର ବୃଦ୍ଧି କରିବା ନିହାତି ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.