Below header

ନିଉଟନଙ୍କ ପାଖରେ ସେଓ ପଡିବା ପରି ହ୍ୱାଟ୍ସଆପର ମଧ୍ୟ ରହିଛି ଏକ ଆକର୍ଷଣୀୟ କାହାଣୀ

ଦୁନିଆର ସବୁଠାରୁ ବଡ଼ ଚାଟିଙ୍ଗ ଆପ୍‌ ହେଉଛି ହ୍ଵାଟ୍ସଆପ । ଯାହାକୁ କୋଟି କୋଟି ଲୋକ ବ୍ୟବହାର କରିଥାନ୍ତି । ଏମିତିକି ଆପଣ ଏବଂ ମୁ ମଧ୍ୟ ଗୋଟେ ଘଂଟାରେ ପ୍ରାୟ ଅନେକଥର ହ୍ଵାଟ୍ସଆପ ଖୋଲିଥାଉ କିନ୍ତୁ ଆପଣ ଜାଣିଛନ୍ତି କି ହ୍ଵାଟ୍ସଆପର ଆରମ୍ଭ କିପରି ଆଉ କେଉଁଠି ହୋଇଥିଲା ? ଏହି ବିଲିଅନ ଡଲାର କମ୍ପାନୀର ଆରମ୍ଭ ୟାହୁର ଦୁଇଜଣ ପୂର୍ବତନ କର୍ମଚାରୀ ବ୍ରିଆନ ଆକ୍ଟନ ଓ ଜନ କୋୖମଙ୍କ ଦ୍ୱାରା ହୋଇଥିଲା କିନ୍ତୁ ଏହାର ଆଇଡ଼ିଆ ଆସିଥିଲା ଜିମ ଯିବାରୁ । କମ୍ପାନୀର କୋଫାଉଣ୍ଡର ଏବଂ ସିଇଓଙ୍କ କହିବାନୁଯାୟୀ ଯେତେବେଳେ ସେ ଜିମ ଯାଉଥିଲେ ସେହି ସମୟରେ ଅନେକ କଲ ମିସ କରି ଦେଉଥିଲେ । ଏହି କାରଣରୁ ସେ ଏପରି ଏକ ସର୍ଭିସ ଆଣିବା ପାଇଁ ଚେଷ୍ଟା କରିଥିଲେ ଯାହା ଦ୍ୱାରା ଲୋକମାନେ ଜାଣିପାରିଵେ ଯେ ଆପଣ ଫ୍ରି ଅଛନ୍ତି କି ନାହିଁ । ତେବେ ୨୦୦୯ ମସିହାରେ ନିଜ ବନ୍ଧୁଙ୍କ ସହ ମିଶି ଏହି ଆପ ପ୍ରସ୍ତୁତ କରିଥିଲେ । ଏହାକୁ ଆପଲର ଆପ ଷ୍ଟୋରରେ ଲଞ୍ଚ କରିଥିଲେ । ଲଞ୍ଚ କରିବାର ପ୍ରାୟ ୩/୪ ବର୍ଷ ପର୍ଯ୍ୟନ୍ତ କମ୍ପାନୀକୁ କୌଣସି ସଫଳତା ମିଳି ପାରିନଥିଲା । ଅଚାନକ ୨୦୧୩ ମସିହାରେ ଏହି ଆପ ଅଧିକରୁ ଅଧିକ ଡାଉନଲୋଡ଼ କରାଯାଇଥିଲା ଓ ଆଜି ସାରା ଦୁନିଆରେ ଏହାର ପ୍ରାୟ ୧୫୦ କୋଟି ୟୁଜର ରହିଛନ୍ତି ।

ଏହାସହ ପଢନ୍ତୁ କଣ ହୋଇଥାଏ ଯେତେବେଳେ ଆମେ ଖାଇ ଦେଇଥାଉ ଏକ୍ସପାୟରି ଔଷଧ

ହ୍ୱାଟ୍ସଆପର ଦୁଇଜଣ ପ୍ରତିଷ୍ଠାତା ବ୍ରିଆନ ଆକ୍ଟନ ଓ ଜନ କୋୖମ ପୂର୍ବରୁ ୟାହୁରେ କାମ କରୁଥିଲେ ଏବଂ ଦୁହେଁ ଫେସବୁକ ଓ ଟ୍ୱିଟର ପାଇଁ ଦେଇଥିବା ଇଣ୍ଟରଭିୟୁ ମଧ୍ୟ ପାସ କରି ପାରିନଥିଲେ ଯେଉଁ କାରଣରୁ ସେମାନେ ଫେସବୁକ କିମ୍ବା ଟ୍ୱିଟରରେ କାମ ପାଇଲେ ନାହିଁ । ଶେଷରେ ଦୁଇଜଣ ନିଜର ସମ୍ପୂର୍ଣ୍ଣ ସମୟ ହ୍ୱାଟ୍ସଆପକୁ ଦେଇଥିଲେ । ତେବେ ଥରେ ଭାବନ୍ତୁ ତ ଯଦି ଦୁଇଜଣଙ୍କ ମଧ୍ୟରୁ କାହାର ଜଣଙ୍କର ଇଣ୍ଟରଭିୟୁ ଭଲ ହୋଇଥାନ୍ତା ତାହେଲେ ଆଜିର ଦୁନିଆ କିପରି ହୋଇଥାନ୍ତା । ଏହାବ୍ୟତୀତ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ହ୍ଵାଟ୍ସଆପରେ କେବଳ ୫୫ ଜଣ କର୍ମଚାରୀ କାମ କରିଥାନ୍ତି ଏବଂ ସେମାନଙ୍କ ମଧ୍ୟରୁ ଆଣ୍ଡ୍ରଏଡ଼ ଭର୍ସନ ପାଇଁ କେବଳ ୫ ଜଣ କାମ କରିଥାନ୍ତି । ତେବେ ଏହି କମ୍ପାନୀରେ ପ୍ରତେକ କର୍ମଚାରୀ ଜଣେ ଜଣେ ସେୟାର ହୋଲଡ଼ର ହୋଇଥାନ୍ତି ଏବଂ ସେମାନଙ୍କର ସେୟାର ପାଖାପାଖି ୩୫୦ ମିଲିୟନ ଡଲାର ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.