Below header

ଗାଡି ପଛରେ ଦୌଡିଲା ବାଘ ! ପର୍ଯ୍ୟଟକଙ୍କ ସବୁ ମଜା ହୋଇଗଲା କାଳ, ଦେଖନ୍ତୁ ଭିଡିଓ

ଓ୍ଵାଇଲଡ୍‌ ଲାଇଫ୍‌ ଯାତ୍ରା ସମୟରେ କୌଣସି ବନ୍ୟଜନ୍ତୁକୁ ଦେଖିବା ପର୍ଯ୍ୟଟକଙ୍କ ପାଇଁ ଏକ ବହୁତ ବଡ ଆନନ୍ଦମୟ ଅନୁଭବ ହୋଇଥାଏ। କିନ୍ତୁ ନିକଟରେ ପର୍ଯ୍ୟଟକଙ୍କ ପାଇଁ ଏହି ଅନୁଭବ ଭୟଙ୍କର ହୋଇଯାଇଛି ଯେତେବେଳେ ହଠାତ୍‌ ବାଘ ପର୍ଯ୍ୟଟକଙ୍କ ପଛରେ ପଡିଗଲା। ଆଉ ତାପରେ ପର୍ଯ୍ୟଟକଙ୍କ ଅବସ୍ଥା ଯାହା ହେଲା ଆପଣ ଭିଡିଓରୁ ଦେଖିପାରିବେ।

tigerଘଟଣାଟି ହେଉଛି ରାଜସ୍ଥାନର ସଓ୍ଵାଇ ମାଧୋପୁର ସ୍ଥିତ ରନ୍ଥମଭୋରେ ଜାତୀୟ ଉଦ୍ୟାନର। ଏଠାରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ୧୦ ସେକେଣ୍ଡର ଏହି ଭିଡିଓକୁ ଲୋକମାନେ ଖୁବ୍‌ ପସନ୍ଦ କରୁଛନ୍ତି। ଏହି ଭିଡିଓକୁ ଏଏନଆଇ ତାର ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛି ।

tigerଭିଡିଓରେ ଆପଣ ଦେଖିପାରିବେ ଯେ କେମିତି ଗୋଟିଏ ବାଘ ବହୁତ ଦ୍ରୁତ ଗତିରେ ପର୍ଯ୍ୟଟକ ବସିଥିବା ଗାଡି ପଛରେ ଦୌଡୁଛି। ଏହାଦେଖି ଗାଡିର ଚାଳକ ସେଠାରୁ ତୁରନ୍ତ ଗାଡିଟିକୁ ଚଲାଇ ଆଗକୁ ନେଇ ଆସୁଛନ୍ତି। ଶେଷରେ ହେଯତେବେଳେ ଡ୍ରାଇଭୀ ଗାଡିକୁ ରିଭର୍ସ କରୁଛନ୍ତି ଏବଂ ପଛ ଆଡକୁ ଯିବାକୁ ବାହାରୁଛନ୍ତି ସେତେବେଳେ ଯାଇ ବାଘଟି ଗାଡିର ପିଛା କରିବା ବନ୍ଦ କଲା।

ଦେଖନ୍ତୁ ଭିଡିଓ :

video courtesy : ANI

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.