ଲେସବିୟାନ୍ କପଲ ହେଲେ ମା’, ଦୁଇଜଣଙ୍କ ପେଟରେ ବଢ଼ୁଥିଲା ଛୁଆ!

ୟୁକେର ଏକ ଲେସବିୟାନ୍ କପଲ ସନ୍ତାନ ଜନ୍ମ ଦେଇ ମାତୃତ୍ଵ ସୁଖ ଲାଭ କରିଛନ୍ତି, ଯାହାକୁ ଦୁନିଆର ପ୍ରଥମ ଘଟଣା ବୋଲି କୁହାଯାଉଛି। ସେମାନେ ହେଲେ ଜସ୍ମିନ୍ ଫ୍ରାନ୍ସିସ୍ ସ୍ମିଥ୍ ଓ ଡୋନା। ଦୁହେଁ ୩୦ ସେପ୍ଟେମ୍ବରରେ ମା’ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ତେବେ ଡୋନାଙ୍କ ଗର୍ଭରେ ଜସ୍ମିନଙ୍କ ଏଗ୍ ରଖାଯାଇ ଗର୍ଭାଧାନ କରାଯାଇଥିଲା। ଆଉ ସେ ସନ୍ତାନ ଜନ୍ମ ଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ।

ଏହାସହ ପଢ଼ନ୍ତୁ: ଫ୍ଲିପକାର୍ଟରୁ କ୍ୟାମେରା ମଗେଇବା ପଡ଼ି଼ଲା ଭାରି, କ୍ୟାମେରା ବଦଳରେ ଆସିଲା ଟାଇଲ୍ସ

ଶେୟାର ମଦରହୁଡର କନସେପ୍ଟ ୨୦୧୧ରେ ପ୍ରଥମ ଥର ଲଣ୍ଡନର ଏକ ମହିଳା କ୍ଲିନିକରେ ଆଇଭିଏଫ୍ ଦ୍ବାରା ଆରମ୍ଭ ହୋଇଥିଲା। ଏହି ଉପାୟରେ ଛୁଆ ଜନ୍ମ ପାଇଁ ଜଣେ ମହିଳାଙ୍କ ଏଗ୍ ନିଆଯାଇ ଅନ୍ୟ ଜଣେ ମହିଳାଙ୍କ ଗର୍ଭରେ ଫର୍ଟିଲାଇଜ୍ କରାଯାଇଥାଏ। ଆଉ ସେହି ମହିଳା ହିଁ ସନ୍ତାନ ଜନ୍ମ ଦେଇଥାଆନ୍ତି।

baby d8f8

କିନ୍ତୁ ଏବେ ଟେକ୍ନୋଲୋଜିର ଦ୍ରୁତ ବିକାଶ ସହ ଡାକ୍ତରମାନେ ଏଥିରେ କିଛି ନୂଆ ପରିବର୍ତ୍ତନ ଆଣିଛନ୍ତି। ଏହି ଟେକ୍ନୋଲୋଜି ଅଧୀନରେ ପ୍ରଥମ ପାର୍ଟନରଙ୍କ ଗର୍ଭାଶୟରେ ଏଗ୍ ଫର୍ଟିଲାଇଜ୍ କରାଯାଇପାରିବ। ପରେ ଦ୍ବିତୀୟ ସାଥୀ ଭ୍ରୁଣକୁ ନିଜ ଗର୍ଭରେ ପାଳିପାରିବେ।

ଏହାସହ ପଢ଼ନ୍ତୁ: ପୋଲିସ ହେପାଜତରେ ଘୋଡା, ଜାଣନ୍ତୁ କଣ ଥିଲା ତାର ଦୋଷ

ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆଇଭିଏଫ୍ ଜରିଆରେ ପାଖାପାଖି ୧୦୦ରୁ ଊର୍ଦ୍ଧ୍ବ ସେମ୍ ସେକ୍ସ କପଲ ମାତୃତ୍ଵ ସୁଖ ହାସଲ କରିସାରିଛନ୍ତି। ଏ ବିଷୟରେ କପଲ୍ କୁହନ୍ତି, ଏହି ପ୍ରକ୍ରିୟାରେ ସେମାନଙ୍କୁ ସମାନ ପ୍ରକାର ଅନୁଭବ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.