ଭାରତୀୟ ସେନାରେ ସ୍ନାତକଙ୍କ ପାଇଁ ନିଯୁକ୍ତି ସୁଯୋଗ, ଦରମା ୧.୭୭ଲକ୍ଷ ଟଙ୍କା

ଭାରତୀୟ ସେନା ପକ୍ଷରୁ ଅନେକ ପଦବୀରେ ନିଯୁକ୍ତି ହେଉଛି। ଭାରତୀୟ ସେନାରେ ଇଂଜିନିୟରି ଗ୍ରାଜୁଏଟସ୍‌ ପାଇଁ ସର୍ଟ ସର୍ଭିସ କମିଶସନ(ଏସଏସସି) ଟେକନିକାଲ କୋର୍ସ ଅଧିନରେ ପୁରୁଷ ଏବଂ ମହିଳାଙ୍କ ପାଇଁ ନିଯୁକ୍ତି ହେଉଛି। ଏହି ପଦବୀରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ୧୪ ଅକ୍ଟୋବରରୁ ଆରମ୍ଭ ହୋଇଯାଇଛି। ଆବେଦନ କରିବା ପୂର୍ବରୁ ଇଚ୍ଛୁକ ପ୍ରାର୍ଥୀ ଅଧିକାରକ େଓ୍ଵବସାଇଟକୁ ଯାଇ ଦିଆଯାଇଥିବା ଲିଙ୍କରେ କ୍ଲିକ କରି ନୋଟିଫିକେସନ ନିଶ୍ଚିତ ପଢନ୍ତୁ।

ପଦବୀ ବିବରଣୀ:

ସର୍ଟ ସର୍ଭିସ କମିଶନ(ଟେକ୍ନିକାଲ): ୧୭୫(ପୁରୁଷ), ମହିଳା (୧୬)

ଦରମା: ମାସକୁ ୫୬,୧୦୦ ଟଙ୍କାରୁ ଆରମ୍ଭ କରି ୧,୭୭ ଟଙ୍କା ପର୍ଯ୍ୟନ୍ତ ପ୍ରତି ମାସକୁ ଦରମା ରହିଛି।

ଗୁରୁତ୍ୱପୂର୍ଣ୍ଣ ତାରିଖ: ଆବେଦନ କରିବାର ପ୍ରାରମ୍ଭିକ ତାରିଖ ୧୪ ଅକ୍ଟୋବରରୁ ଆରମ୍ଭ ହୋଇଥିବା ବେଳେ ଶେଷ ତାରିଖ ୧୨ ନଭେମ୍ବର ୨୦୨୦ ରହିଛି।

ବୟସ ସୀମା: ଏହି ପଦବୀରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୦ ବର୍ଷ ଏବଂ ଅଧିକତମ ବୟସ ୨୭ ବର୍ଷ ହୋଇଥିବା ଆବଶ୍ୟକ।

army 11

ଶିକ୍ଷାଗତ ଯୋଗ୍ୟତା: ଏହି ପଦବୀରେ ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଇଂଜିନିୟରିଂରେ ବ୍ୟାଚଲର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ଏମିତି କରନ୍ତୁ ଆବେଦନ: ପ୍ରଥମେ jionindianarmy.nic.in େଓ୍ଵବସାଇଟକୁ ଯାଇ ଦିଆଯାଇଥିବା ଲିଙ୍କରେ କ୍ଲିକ କରି ଆବେଦନ କରିପାରିବେ।

ଆବେଦନ ଶୁଳ୍ପ: ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନିଆଯିବ ନାହିଁ।

ଚୟନ ପ୍ରକ୍ରିୟା : ଏହି ପଦବୀରେ ଚୟନ ପାଇଁ ଫିଜିକାଲ ଏଲିଜିବିଲିଟ ଟେଷ୍ଟ, ଇଣ୍ଟରଭ୍ୟୁ ଏବଂ ମେଡିକାଲ ପରୀକ୍ଷା ଆଧାରରେ ହେବ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ….

http://joinindianarmy.nic.in/Authentication.aspx

http://164.100.158.23/writereaddata/Portal/NotificationPDF/SSC_TECH_56.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.