ଆଜି ରାଜ୍ଯରେ ୧୯୮୨ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୭ଜଣଙ୍କ ଜୀବନ

ଭୁବନେଶ୍ବର: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୯୮୨ କରୋନା ପଜିଟିଭ୍‌ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୧୧୫୬ ଥିବାବେଳେ ଲୋକାଲ କଣ୍ଟାକ୍ଟ ରହିଛି ୮୨୬ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୧୪୫, ଅନୁଗୁଳରୁ ୧୧୯ ଓ ମୟୂରଭଞ୍ଜରୁ ୧୦୭ ନୂଆ କେସ୍‌ ସାମ୍ନାକୁ ଆସିଛି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ସଂଖ୍ୟା ୨ ଲକ୍ଷ ୭୦ ହଜାର ୩୪୬କୁ ବୃଦ୍ଧି ପାଇଛି ।

ସେପଟେ ରାଜ୍ୟରେ ଆଉ ୧୭ ଜୀବନ ନେଲା କରୋନା । ଖୋର୍ଦ୍ଧା ଓ କଟକରୁ ୩ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି ଭୂତାଣୁ । ଝାରସୁଗୁଡ଼ାରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ବରଗଡ଼, ବୌଦ୍ଧ, ଜଗତସିଂହପୁର, ନୂଆପଡ଼ା ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଛି । ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୧୫୨ରେ ପହଂଚିଛି । ଆକ୍ଟିଭ କେସ୍‌ ୨୨ ହଜାର ୩୦୪ ଥିବା ୨ ଲକ୍ଷ ୪୬ ହଜାର ୮୩୭ ଆରୋଗ୍ୟ ହେଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.