Below header

୭୫ ଲକ୍ଷ ଟପିଲା ଦେଶର କରୋନା ଆକ୍ରାନ୍ତ ସଂଖ୍ୟା

ଦେଶରେ ୭୫ ଲକ୍ଷ ଟପିଲା କରୋନା ସଂକ୍ରମଣ। ଭାରତରେ ଗୋଟିଏ ଦିନରେ ୫୫,୭୨୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମଗ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ଲକ୍ଷ ୫୦ ହଜାର ୨୭୩ରେ ପହଂଚିଛି । ସେହିପରି ଗତ ୨୪ ଘଣ୍ଟାରେ ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୭୯ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ି ୧ଲକ୍ଷ ୧୪ ହଜାର ୬୧୦ରେ ପହଂଚିଛି ।

ଦେଶରେ କରୋନା ସଂକ୍ରମିତରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ୭,୭୨,୦୫୫ ଜଣ। କରୋନା କବଳରୁ ମୁକ୍ତ ହୋଇ ଘରକୁ ଫେରିଛନ୍ତି ୬୬ ଲକ୍ଷ୬୩ ହଜାର ୬୦୮ଜଣ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.