Below header

ଆରଡି ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ, ମୋଟ୍ ୧୮ଗୋଟି ଦୋକାନକୁ ଉଚ୍ଛେଦ କଲା ପ୍ରଶାସନ

ଚାନ୍ଦବାଲି : ଦୀର୍ଘ ବର୍ଷର ଦାବି ଆଜି ପୂରଣ ହୋଇଛି। ସେବାୟତ ଓ ଭକ୍ତଙ୍କ ତରଫରୁ ବିଭିନ୍ନ ସମୟରେ ଭଦ୍ରକ ଜିଲ୍ଲାର ପୁରାତନ ଶୈବପୀଠ ଆରଡିର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବେଢା ସମ୍ପ୍ରସାରଣ ଦାବି ହୋଇଆସୁଥିଲା । ଆଜି ସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ତରଫରୁ ଆରଡିର ଆଖଣ୍ଡଳମଣୀଙ୍କ ପୀଠରେ ମନ୍ଦିର ବେଢା ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ କରାଯାଇଛି।

ବେଢା ଭିତରେ ଥିବା ୧୫ଟି ଦୋକାନ ଓ ବାହାରେ ଥିବା ୩ଟି ଦୋକାନ ସମେତ ମୋଟ ୧୮ଗୋଟି ଦୋକାନକୁ ଉଚ୍ଛେଦ କରିଛି ପ୍ରଶାସନ। ଯାହାକି ପ୍ରଶାସନର ଏହି ପଦକ୍ଷେପ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି। ତେବେ ଉଚ୍ଛେଦ କରାଯାଉଥିବା ଦୋକାନୀ ମାନଙ୍କୁ ଶୀଘ୍ର ଥଇଥାନ କରିବାକୁ ଦାବି ହୋଇଛି। ସମ୍ପ୍ରସାରଣ ସମୟରେ ଯେପରି କିଛି ସମସ୍ୟା ସୃଷ୍ଟି ନହୁଏ ସେଥିପାଇଁ ଜଣେ ଏସଡିପିଓ,୩ଜଣ ମାଜିଷ୍ଟ୍ରେଟ ସମେତ ୩ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.