ଭାରତୀୟ ଷ୍ଟେଟ ବ୍ଯାଙ୍କରେ ଖାଲିପଡିଛି ୬୦୬ ଏଜକ୍ଯୁଟିଭ ସମେତ ଅନେକ ପଦବୀ, ଜଲଦି କରନ୍ତୁ ଆବେଦନ

ଭାରତୀୟ ଷ୍ଟେଟ ବ୍ଯାଙ୍କରେ ଆପଣ ଚାକିରି ଖୋଜୁଛନ୍ତି, ଆପଣଙ୍କ ପାଇଁ ଖୁସି ଖବର। ଏସବିଆଇ ପକ୍ଷରୁ କଷ୍ଟର ସପୋର୍ଟ ଏଜକ୍ଯୁଟିଭି ସମେତ ଅନେକ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ଏହିସବୁ ପଦବୀ ପାଇଁ ଆବେଦନ କରିପାରିବେ। ଏଥିପାଇଁ ଏସବିଆଇର ଅଧିକାରକ ୱେବସାଇଟ sbi.co.inକୁ ଯାଇ ଆବେଦନ କରିପାରିବେ। ଏହିସବୁ ପଦବୀରେ ଆବେଦନ କରିବା ପାଇଁ ତାରିଖ ଆଜିଠାରୁ ଆରମ୍ଭ ହୋଇ ଶେଷ ଅକ୍ଟୋବର ୧୮ ପର୍ଯ୍ଯନ୍ତ କରିପାରିବେ।

ପଦବୀ ବିବରଣୀ: ୬୦୬

ରିଲେସନସିପ ମ୍ଯାନେଜର: ୩୧୪

ରିଲେସନସିପ ମ୍ଯାନେଜର (ଟିମ୍ ଲିଡ): ୨୦

କଷ୍ଟମର ସପୋର୍ଟ ଏଜକ୍ଯୁଟିଭି: ୨୧୭

ଇନଭେଷ୍ଟମେଣ୍ଟ ଅଫିସର: ୧୨

ସେଣ୍ଟ୍ରାଲ ରିସର୍ଚ୍ଚ ଟିମ: ୨

ସେଣ୍ଟ୍ରାଲ ରିସର୍ଚ୍ଚ ଟିମ(ପ୍ରାଜେକ୍ଟ ଲିଡ) :୨

ମ୍ଯାଜେନର(ମାର୍କେଟିଂ): ୧୨

ଡେପୁଟି ମ୍ଯାନେଜର: ୨୬

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୧୮ ରହିଛି।

ଶିକ୍ଷାଗତ ଯୋଗ୍ଯତା: ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ଯତା ନିର୍ଦ୍ଧାରଣ କରାଯାଇଛି। ଡିପ୍ଲୋମା, ଏମବିଏ, ପିଜିଡିଏମ୍, ବ୍ଯାଚଲର ଡିଗ୍ରୀଧାରୀ କରିପାରିବେ ଆବେଦନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.