Below header

ଭାରତୀୟ ଷ୍ଟେଟ ବ୍ଯାଙ୍କ(SBI)ରେ ଖାଲିପଡିଛି ୫ ହଜାରରୁ ଊର୍ଦ୍ଧ୍ବ ପଦବୀ, ଏମିତି କରନ୍ତୁ ଆବେଦନ

ଆପଣ ସରକାରୀ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସିଖବର। ଭାରତୀୟ ଷ୍ଟେଟ ବ୍ଯାଙ୍କ(ଏସବିଆଇ) ପକ୍ଷରୁ ୫ ହଜାରରୁ ଉର୍ଦ୍ଧ୍ବ ପଦବୀ ଖାଲି ପଡିଛି। ଅଧିକା ଜାଣିବା ପାଇଁ ଅଧିକାରକ ୱେ ବସାଇଟକୁ ଯାଇ ନୋଟିଫିକେସନ ମୁତାବକ ଆବେଦନ କରିପାରିବେ।

ପଦବୀ ବିବରଣୀ: ୫୩୨୭

ଆବେଦନ ପ୍ରକ୍ରିୟା: ଆବେଦନ କରିବାର ପ୍ରକ୍ରିୟା ୨୭ ଏପ୍ରିଲରୁ ଆରମ୍ଭ ହୋଇଛି। ଇଚ୍ଛୁକ ପ୍ରାର୍ଥୀ ଏସବିଆଇର ୱେବସାଇଟ୍ sbi.co.in ଯାଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୭ ମଇ ରହିଛି।

ଆବେଦନ ଶୁଳ୍କ: ସାଧାରଣ ବର୍ଗ ପାଇଁ ୭୫୦ ଟଙ୍କା ଆବେଦନ ଶୁଳ୍କ ରହିଥିବା ବେଳେ ଏସସି/ଏସଟି/ଓବିସି/PWD ବର୍ଗ ପାଇଁ ନିଶୁଳ୍କ ରହିଛି।

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୨୦ ବର୍ଷରୁ ଅଧିକ ୨୮ ବର୍ଷରୁ କମ୍ ହୋଇଥିବା ଆବଶ୍ଯକ।

ଶିକ୍ଷାଗତ ଯୋଗ୍ଯତା: ଆବେଦନକାରୀ କୌଣସି ମାନ୍ଯତାପ୍ରାପ୍ତ ବିଶ୍ବବିଦ୍ଯାଳୟରୁ ସ୍ନାତକ ଡିଗ୍ରୀ କରିଥିବା ଆବଶ୍ଯକ।

ବେତନ: ଚୟନ ହୋଇଥିବା ପ୍ରାର୍ଥୀଙ୍କ ବୟସ ୧୭,୯୦୦ ଟଙ୍କାରୁ ଆରମ୍ଭ କରି ୪୭,୯୨୦ ଟଙ୍କା ମାସିକ ରହିବ।

ଚୟନ ପ୍ରକ୍ରିୟା: କ୍ଲରିକାଲ କ୍ଯାଡରରେ ଜୁନିଅର ଆସୋସିଏଟସ୍ ପଦବୀ ପାଇଁ ପ୍ରାର୍ଥୀଙ୍କ ଚୟନ ଅନଲାଇନରେ ପ୍ରାରମ୍ଭିକ ପରୀକ୍ଷା, ଅନଲାଇନ ମୁଖ୍ଯ ପରୀକ୍ଷା ଏବଂ ପ୍ରାର୍ଥୀଙ୍କ ଦ୍ବାରା ଚୟନ କରିଥିବା ସ୍ଥାନୀୟ ଭାଷା ଆଧାରରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.