Below header

ଗରମରେ ଆଳୁ, ପିଆଜ ପଚି ଯାଉଛିକି ? ତେବେ ଏହି ଉପାୟରେ ରଖନ୍ତୁ ସତେଜ

ଖରା ଦିନ ମାନଙ୍କରେ ପନିପରିବା, ଫଳ ଆଦି ଖୁବ ଶୀଘ୍ର ଖରାପ ହୋଇଯାଏ । ଟିକେ ଅସାଵଧାନ ହେଲେ ଅତ୍ୟଧିକ ପଚିଯାଏ କିମ୍ବା ଶୁଖିଯାଏ । ପନିପରିବା ଆଦିକୁ ଖରାପ ହେବାରୁ ରକ୍ଷା କରିବା ପାଇଁ ଅଧିକାଂଶ ଲୋକ ଫ୍ରିଜର ସାହାଯ୍ୟ ନିଅନ୍ତି । କିନ୍ତୁ କେତେକଙ୍କର ଫ୍ରିଜ ସୁବିଧା ନଥିବାରୁ ବାହାରେ ରଖିବାକୁ ବାଧ୍ୟ ହୁଅନ୍ତି । ଅନ୍ୟ ପନିପରିବା ଭଳି ଆଳୁକୁ କିନ୍ତୁ ଫ୍ରିଜରେ ରଖା ଯାଇନଥାଏ । ଏହି କାରଣରୁ ବେଳେ ବେଳେ ଆଳୁରେ ଏକ ସବୁଜ ଗଣ୍ଠି ପଡ଼ିଯାଏ । କିନ୍ତୁ ଜାଣନ୍ତିକି କିଛି ଜଣାଶୁଣା ଟିପ୍ସ ଫଲୋ କଲେ ଆପଣ ଆଳୁକୁ ଦୀର୍ଘ ଦିନ ପର୍ଯ୍ୟନ୍ତ ସତେଜ ତଥା ଫ୍ରେସ ରଖିପାରିବେ ।

ତେବେ ଜାଣି ରଖନ୍ତୁ ଏବାବଦରେ:

– ଆଳୁକୁ ଏକ କାଗଜରେ ଗୁଡ଼ାଇ ରଖନ୍ତୁ ।

– ଆଉ ସେଗୁଡିକୁ ଏକ ଅନ୍ଧାରୁଆ ତଥା ଥଣ୍ଡା ସ୍ଥାନରେ ରଖନ୍ତୁ ।

patato

– ଯଦି ଆଳୁ ଉପର କିଛିଟା ଭିଜା ଭିଜା ଲାଗୁଥାଏ ତେବେ ଭଲ ଭାବରେ ପୋଛି ଦିଅନ୍ତୁ ।

– ଯଦି ଚାହିଁବେ ତେବେ ସୁତା କପଡାରେ ଗୁଡ଼ାଇ ରଖି ପାରିବେ ।

– ଗରମ ସ୍ଥାନରେ ରଖିଲେ ଆଳୁ, ପିଆଜ ଅଙ୍କୁରିତ ହୋଇଯାଏ ।

– ପିଆଜକୁ ପବନ ଯିବା ଆସିବା କରିବା ସ୍ଥାନରେ ରଖିବେ ଯେମିତିକି ସେଥିରେ ଫିମ୍ପି ନଲାଗିବ ।

– ଏହି ଦୁଇ ପାରିବାକୁ ଅନ୍ୟ ପନିପରିବା ଠାରୁ ଯଥା ସମ୍ଭବ ଦୁରେଇ ରଖିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.