ମୁମ୍ବାଇ କୋକିଲାବେନ ହସ୍ପିଟାଲରେ ଭର୍ତ୍ତି ଅଭିନେତା ରଣଧୀର କପୁରଙ୍କୁ ଆଇସିୟୁକୁ ସ୍ଥାନାନ୍ତର

ବଲିଉଡ ଇଣ୍ଡଷ୍ଟ୍ରିରୁ ଏକ ବଡ ଖବର ଏବେ ସାମ୍ନାକୁ ଆସିଛି। ଯେଉଁଠି ଅଭିନେତ୍ରୀ କରିନା କପୁର କରୋନା ସହ ଲଢେଇ କରିବାକୁ ବାର୍ତ୍ତା ଦେଉଛନ୍ତି ସେଠାରେ କରୀନା କପୁର ଏବଂ କରିସ୍ମା କପୁରଙ୍କ ବାପା ରଣଧୀର କପୁର କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କୁ ମୁମ୍ବାଇ କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଜଣାପଡିଛି ଯେ ଶୁକ୍ରବାର ଦିନ ରଣଧୀର କପୁରଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି।

କରୋନା ଭାଇରସର ଦ୍ୱିତୀୟ ଲହର ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଛି । ପ୍ରତିଦିନ ଲକ୍ଷ ଲକ୍ଷ ମାମଲା ସାମ୍ନାକୁ ଆସୁଛି । ସେହିପରି ଗତ ଦେଢ ବର୍ଷ କପୁର ପରିବାର ପାଇଁ ବହୁତ କଷ୍ଟସାଧ୍ୟ ହୋଇଛି । ସ୍ୱର୍ଗତ ଅଭିନେତା ରାଜ କପୁରଙ୍କ ପାଞ୍ଚ ପିଲାଙ୍କ ମଧ୍ୟରୁ ଗତ ଦେଢ ବର୍ଷ ମଧ୍ୟରେ ତିନି ଜଣଙ୍କର ଦେହାନ୍ତ ହୋଇସାରିଛି ।

rishi1 ରଣଧୀରଙ୍କ ଭାଇ ଏବଂ ରଣବୀର କପୁରଙ୍କ ବାପା ଋଷି କପୁର ୩୦ ଏପ୍ରିଲ ୨୦୨୦ ରେ କ୍ୟାନ୍ସର ରୋଗରେ ମୃତ୍ୟୁ ବରଣ କରିଥିଲେ । ଏଥି ସହିତ ତାଙ୍କ ଭଉଣୀ ଋତୁ ନନ୍ଦା ମଧ୍ୟ ୧୪ ଜାନୁୟାରୀ ୨୦୨୦ ରେ ମୃତ୍ୟୁ ବରଣ କରିଥିଲେ । କେବଳ ଏତିକି ନୁହେଁ, ୯ ଫେବୃଆରୀ ୨୦୨୧ ରେ ହୃଦଘାତରେ ସାନଭାଇ ରାଜୀବ କପୁର ମଧ୍ୟ ଦୁନିଆରୁ ବିଦାୟ ନେଇଥିଲେ ।

ଫିଲ୍ମ କ୍ୟାରିୟର ବିଷୟରେ କହିବା ତ ରଣଧୀର କପୁର ଶିଶୁ କଳାକାରରୁ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ଶିଶୁ କଳାକାର ଭାବରେ ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଶ୍ରୀ ୪୨୦’ । ଏହା ପରେ ରଣଧୀର ଆଉ ପଛକୁ ଚାହିଁ ନଥିଲେ । ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ରଣଧୀର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.