HCL ରେ ଖାଲିପଡିଛି ଇଲେକ୍ଟ୍ରିସିଆନ ଗ୍ରେଡ ୨ ଏବଂ ଇଲେକ୍ଟ୍ରିସିଆନ କମ୍ ଲାଇନମ୍ଯାନ ପଦବୀ, ଜଲଦି କରନ୍ତୁ ଆବେଦନ

ହିନ୍ଦୁସ୍ତାନ କପର ଲିମିଟେଡରେ ଇଲେକ୍ଟ୍ରିସିଆନ ଗ୍ରେଡ ୨ ଏବଂ ଇଲେକ୍ଟ୍ରିସିଆନ କମ୍ ଲାଇନମ୍ଯାନ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି। ଇଚ୍ଛୁକ ପ୍ରାର୍ଥୀ ୧୫ ଜୁଲାଇ ପର୍ଯ୍ଯନ୍ତ ନିର୍ଦ୍ଧାରିତ ଫର୍ମାଟରେ ଯାଇ ଆବେଦନ କରିପାରିବେ।

ଜରୁରୀ ତାରିଖ: ଆବେଦନ ପତ୍ର ଦାଖଲ କରିବାର ଶେଷ ତାରିଖ ୧୫ ଜୁଲାଇ ୨୦୨୧ ରହିଛି।

ପଦବୀ ବିବରଣୀ:

ଇଲେକ୍ଟ୍ରିସିଆନ ଗ୍ରେଡ – ୨ : ୨୦
ଇଲେକ୍ଟ୍ରିସିଆନ କମ୍ ଲାଇନମ୍ଯାନ ଗ୍ରେଡ ୨ : ୧

ଶିକ୍ଷାଗତ ଯୋଗ୍ଯତା: ଇଲେକ୍ଟ୍ରିସିଆନ ଗ୍ରେଡ ୨ର ଆଇଟିଆଇ ଇଲେକ୍ଟ୍ରିସିଆନରେ ୪ ବର୍ଷର ଅଭିଜ୍ଞତା ଥିବା ଏନସିବିଟି ସହିତ ଇଲେକ୍ଟ୍ରିସିଆନ ଟ୍ରେଡରେ ୩ ବର୍ଷ ଅଭିଜ୍ଞତା ରହିଥିବା ଆବଶ୍ଯକ।

ଇଲେକ୍ଟ୍ରିସିଆନ କମ୍ ଲାଇନମ୍ଯାନ ଗ୍ରେଡ ୨ ପାଇଁ ୪ ବର୍ଷର ଅଭିଜ୍ଞତା ସହିତ ଆଇଟିଆଇ ଇଲେକ୍ଟ୍ରିସିଆନ/ ୩ ବର୍ଷର ଅନୁଭବ ରହିଥିବା ଜରୁରୀ।

ବୟସ ସୀମା: ୩୫ ବର୍ଷରୁ କମ୍ ବୟସ ପ୍ରାର୍ଥୀ ହିଁ ଏହି ପଦବୀ ପାଇଁ ଆବେଦନ କରିପାରିବେ।

କେମିତି କରିବେ ଆବେଦନ: HCL ରେ ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ୧୫ ଜୁଲାଇ ଯାଏଁ ଅଫଲାଇନ ମାଧ୍ୟମରେ ଆବେଦନ ପତ୍ର ଜମା କରିପାରିବେ। ଆବେଦନ ପତ୍ର ପଠାଇବାର ଠିକଣା : Hindustan Copper Limited, Copper Bhawan, 1, Ashutosh Choudhary Avenue, Kolkata – 700019.

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ଆଧାରରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.