AIIMS ରେ ଖାଲିପଡିଛି ଫାକଲ୍ଟି ପଦବୀ, ଦରମା ମାସକୁ ଦେଢଲକ୍ଷରୁ ଅଧିକ

ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(AIIMS)ରେ ଖାଲି ପଡ଼ିଛି ୧୬୨ ଫାକଲ୍ଟି ପଦବୀ। ଏହିସବୁ ପଦବୀ ପାଇଁ ଗୌହ୍ବାଟିରେ ନିଯୁକ୍ତି ମିଳିବ। ଯେଉଁଥିରେ ୩୧ ପଦବୀ ପ୍ରଫେସର, ୨୨ ପଦବୀ ଆସିଷ୍ଟାଣ୍ଟ ପ୍ରଫେସର, ୩୫ ଆସୋସିଏଟ ପ୍ରଫେସର ଏବଂ ୭୪ ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ମିଳିବ। ଇଚ୍ଛୁକ ପ୍ରାର୍ଥୀ ଏମ୍ସର ଅଧିକାରକ ୱେବସାଇଟ aiimsbhubaneswar.nic.in କୁ ଯାଇ ନୋଟିଫିକେସନ ଚେକ୍ କରିପାରିବେ।

ପଦବୀ ବିବରଣୀ: ୧୬୨

ମାସିକ ବେତନ: ପ୍ରଫେସର ପଦବୀ ପାଇଁ ୧ ଲକ୍ଷ ୬୮ ହଜାର ମାସିକ ଦରମା ରହିଥିବା ବେଳେ ଆଡିସନାଲ ପ୍ରଫେସର ପାଇଁ ୧ ଲକ୍ଷ ୪୮ ହଜାର, ଆସୋସିଏଟ ପ୍ରଫେସର ପାଇଁ ୧ ଲକ୍ଷ, ୩୮ ହଜାର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ୧ ଲକ୍ଷ ୧ ହଜାର ଟଙ୍କା ମାସିକ ଦରମା ରହିଛି।

ଆବେଦନ କରିବାର ଶେଷ ତାରିଖ ୫ ନଭେମ୍ବର ୨୦୨୧ ରହିଛି।

ବୟସ ସୀମା: ବିଭିନ୍ନ ପଦବୀ ପାଇଁ ଅଲଗା ଅଲଗା ବୟସ ନିର୍ଦ୍ଧାରିତ କରାଯାଇଛି। ଅଧିକ ଜାଣିବା ପାଇଁ ନୋଟିଫିକେସନ ନିଶ୍ଚିତ ଚେକ୍ କରନ୍ତୁ।

ଶିକ୍ଷାଗତ ଯୋଗ୍ୟତା : ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଶିକ୍ଷାଗତ ଯୋଗ୍ଯତା ଧାର୍ଯ୍ଯ କରାଯାଇଛି।

ଆବେଦନ ଶୁଳ୍କ: ସାଧାରଣ ବର୍ଗ, ଓବିସି, EWS ପ୍ରାର୍ଥୀଙ୍କ ପାଇଁ ୧୦୦୦ ଟଙ୍କା ରହିଥିବା ବେଳେ SC/ST/PWBD ଏବଂ ମହିଳାଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ।

ଚୟନ ପ୍ରକ୍ରିୟା: ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ କରାଯିବ।

ଠିକଣା : The Assistant Administrative Officer, Recruitment cell, All India Institute of Medical Sciences, Bhubaneswar, Sijua, Dumuduma, Bhubaneswar-751019 Tel No. : 0674-2476255

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ…

https://aiimsbhubaneswar.nic.in/admin/Document/WhatNew/WhatNew-1449.pdf

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.