ESIC ରେ ଖାଲିପଡିଛି ୬ ହଜାରରୁ ଊର୍ଦ୍ଧ୍ବ ପଦବୀ, ମାସକୁ ଦରମା ୮୦ ହଜାର

କର୍ମଚାରୀ ରାଜ୍ଯ ବୀମା ନିଗମ (ESIC)ରେ ଖାଲିପଡିଛି ୬୩୦୬ ପଦବୀ। ଅପର ଡିଭିଜନ କ୍ଲର୍କ ଏବଂ ଅପର ଡିଭିଜନ କ୍ଲର୍କ କ୍ଯାଶିଅର ଆଣ୍ଡ ଷ୍ଟେନୋଗ୍ରାଫ ପାଇଁ ଆବେଦନପତ୍ର ଗ୍ରହଣ କରୁଛି। ୧୨ଶ ପାସ୍ କିମ୍ବା ଗ୍ରାଜୁଏଟ ପ୍ରାର୍ଥୀ esic.nic.in କୁ ଯାଇ ଆବେଦନ କରିପାରିବେ। ଆବେଦନ କରିବାର ଜମା ତାରିଖ ଏପର୍ଯ୍ଯନ୍ତ ଘୋଷଣା କରାଯାଇନାହିଁ।

ପଦବୀ ବିବରଣୀ: ୬୩୦୬

ଶିକ୍ଷାଗତ ଯୋଗ୍ଯତା: ୧୨ଶ ପାସ୍ କିମ୍ବା ଗ୍ରାଜୁଏଟ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟକୁ ଯାଇ ଯାଞ୍ଚ କରିପାରିବେ।

ବୟସ ସୀମା: ଏହିସବୁ ପଦବୀରେ ଆବେଦନ କରିବା ପାଇଁ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୭ ବର୍ଷ ହୋଇଥିବା ଆବଶ୍ଯକ।

job

ଦରମା: ମାସକୁ ୨୫,୫୦୦ ରୁ ୮୧,୧୦୦/୦୦

ଆବେଦନ ଶୁଳ୍କ: ଜେନେରାଲ ଓ ଓବିସି ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ରହିଥିବା ବେଳେ ଏସସି/ଏସଟି/ପିଏଚ ଏବଂ ମହିଳାଙ୍କ ପାଇଁ ୨୫୦ ଟଙ୍କାର ଆବେଦନ ଶୁଳ୍କ ରହିଛି। ଆବେଦନ ଶୁଳ୍କ ନେଟବ୍ଯାଙ୍କିଂ ଜରିଆରେ ହେବ।

ଚୟନ ପ୍ରକ୍ରିୟା: ଯୋଗ୍ଯ ପ୍ରାର୍ଥୀଙ୍କ ଚୟନ ପ୍ରକ୍ରିା ଅନଲାଇନ ଟେଷ୍ଟ/ଲିଖିତ ପରୀକ୍ଷା ଆଧାରରେ କରାଯିବ।