Below header

ଜିଓର ବମ୍ପର ପ୍ଲାନ୍‌, ମାତ୍ର ୪୯ ଟଙ୍କାରେ ଗ୍ରାହକଙ୍କୁ ମିଳିବ ଏସବୁ ଫାଇଦା

ଅଳ୍ପ ଟଙ୍କାରେ ରିଚାର୍ଜ କରିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଜିଓ ଘୋଷଣା କରିଛି ନୂତନ ପ୍ଲାନ୍‌। ରିଲାଏନ୍ସ ଜିଓ ଏବେ ଦୁଇଟି ନୂଆ ଶସ୍ତା ପ୍ରିପେଡ୍‌ ପ୍ଲାନ୍‌ ଲଞ୍ଚ୍‌ କରିଛି। ଏଥିରେ ୪୯ ଓ ୬୯ ଟଙ୍କିଆ ପ୍ଲାନ୍‌ ରହିଛି। ଖାସ୍‌ କରି ଯୁବପିଢ଼ିଙ୍କୁ ଦୃଷ୍ଟିରେ ରଖି ଜିଓ ଏହି ପ୍ଲାନ୍‌ର ଘୋଷଣା କରିଛି। ତେବେ ଏହି ଦୁଇଟି ପ୍ଲାନ୍‌ର ଫାଇଦା କେବଳ ଜିଓ ଫୋନ୍‌ ୟୁଜର ଉଠାଇପାରିବେ। ଆସନ୍ତୁ ଜାଣିବା ଏହି ଦୁଇଟି ରିଚାର୍ଜରେ ଗ୍ରାହକ କି କି ସୁବିଧା ପାଇପାରିବେ…

jio3

୪୯ ଟଙ୍କିଆ ପ୍ଲାନ୍‌:

ଜିଓ ଫୋନ୍‌ର ୪୯ ଟଙ୍କିଆ ପ୍ରିପେଡ୍‌ ପ୍ଲାନ୍‌ରେ ଗ୍ରାହକ ସମସ୍ତ ସୁବିଧା ପାଇବେ। ଏହି ପ୍ଲାନ୍‌ର ଅବଧି ରହିଛି ୧୪ ଦିନ। ଏହି ପ୍ଲାନ୍‌ରେ ୟୁଜର ଜିଓ ଟୁୁ ଜିଓକୁ ଅନଲିମିଟେଡ୍‌ ଭଏସ୍‌ କଲିଂ କରିପାରିବେ। ଏଥିସହ ଅନ୍ୟ ନମ୍ବରକୁ ୨୫୦ ମିନିଟ୍‌ ଭଏସ କଲିଂ କରିବେ। ଏଥିରେ ଗ୍ରାହକଙ୍କୁ ୨୫ ଟି ଏସ୍‌ଏମ୍‌ଏସ୍‌ ପଠାଇବାର ସୁବିଧା ମଧ୍ୟ ମିଳିବ। ଏହି ପ୍ଲାନ୍‌ରେ ଗ୍ରାହକଙ୍କୁ ଇଣ୍ଟରନେଟ୍‌ ବ୍ୟବହାର କରିବାର ସୁବିଧା ମଧ୍ୟ ମିଳୁଛି। ୪୯ ଟଙ୍କିଆ ପ୍ଲାନ୍‌ରେ ୨ ଜିବି ୪ଜି ଡାଟା ମିଳିବ। ଅନ୍ୟ ପ୍ଲାନ୍‌ ଭଳି ଏଥିରେ ମଧ୍ୟ ଗ୍ରାହକ ଜିଓ ଆପ୍‌ସ ବ୍ୟବହାର କରିପାରିବେ।

jio2

୬୯ ଟଙ୍କିଆ ପ୍ଲାନ୍‌:

୬୯ ଟଙ୍କିଆ ପ୍ଲାନ୍‌ର ବୈଧତା ମଧ୍ୟ ୧୪ ଦିନ ରହିବ। ଏଥିରେ ଜିଓ ଟୁ ଜିଓ ଅନଲିମିଟେଡ୍‌ କଲିଂର ସୁବିଧା ରହୁଥିବା ବେଳେ ଅନ୍ୟ ନମ୍ବରକୁ ୨୫୦ ମିନିଟ୍‌ ମିଳିବ। ଏଥିରେ ୨୫ଟି ଏସ୍‌ଏମ୍‌ଏସ୍‌ ସୁବିଧା ମଧ୍ୟ ଗ୍ରାହକ ପାଇପାରିବେ। ତେବେ ଏଥିରେ ୪୯ ଟଙ୍କିଆ ପ୍ଲାନ୍‌ ତୁଳନାରେ ଅଧିକ ଇଣ୍ଟରନେଟ୍‌ ମିଳିବ। ୬୯ ଟଙ୍କିଆ ପ୍ଲାନ୍‌ରେ ଗ୍ରାହକଙ୍କୁ ୭ ଜିବି ୪ଜି ଡାଟା ମିଳିବ। ଏହି ପ୍ଲାନ୍‌ରେ ଗ୍ରାହକ ଦିନକୁ ୦.୫ ଜିବି ଡାଟା ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.