Below header

ଜିଓ ୟୁଜର୍ସଙ୍କୁ ପୁଣି ଲାଗିଲା ଝଟକା, ବନ୍ଦ ହେଲା ଏହି ଲୋକପ୍ରିୟ ଅଫର

ଟେଲିକମ୍ କମ୍ପାନୀ ରିଲାଇଏନ୍ସ  ଜିଓର ଉପଭୋକ୍ତାଙ୍କୁ  ପୁଣି ଝଟକା ଲାଗିଛି। ଜିଓ କମ୍ପାନୀ ଜିଓ ଫାଇବରର ପ୍ରିଭ୍ୟୁ ଅଫରକୁ ବନ୍ଦ କରିଦେଇଛି। ଏହା ସହିତ  କମ୍ପାନୀ ଏବେ ପ୍ରିଭିୟସ ଅଫର ୟୁଜର୍ସଙ୍କୁ ମଧ୍ୟ ପେଡ ପ୍ଲାନକୁ ସିଫ୍ଟ କରିଛି। ଏହା ବ୍ୟତିତ କମ୍ପାନୀ କିଛି ବଛା  ବଛା ୟୁଜର୍ସଙ୍କୁ ମାଗଣାରେ ଜିଓ ସେଟଅପ ବକ୍ସ ଦେଇଛି।  କହିରଖୁଛି ଯେ ଉପଭୋକ୍ତାଙ୍କୁ ପୂର୍ବ ଅଫର ମଧ୍ୟମରେ ୧୦୦୦ ଏମବିପିଏସ ସ୍ପିଡରେ ପ୍ରତି ମାସ ୧,୧୦୦ ଜିବି ଡାଟା ମିଳୁଥିଲା। ଏହା ସହିତ ୟୂଜର୍ସଙ୍କୁ ଏହି ସେବା ପାଇଁ କୌଣସି ଚାର୍ଜ ମଧ୍ୟ ଦେବାକୁ ପଡୁନଥିଲା । ଏହି ପ୍ରିଭ୍ୟୁ ପ୍ଲାନ  ବନ୍ଦ ହେବାର ସୂଚନା  ଟେଲିକମ ଟକ୍ ଦେଇଛି ।

ଏବେ ୟୂଜର୍ସଙ୍କୁ କେବଳ ପେଡ ପ୍ଲାନ ମିଳିବ

ଜିଓ ଫାଇବାର ସେବାର ପ୍ରମୋଟ କରିବା ପାଇଁ ଏହି ପ୍ରିଭ୍ୟୁ ଅଫର ଆଣିଥିଲା । ଯାହାକୁ ଏବେ ପୁରାମାତ୍ରାରେ ବନ୍ଦ କରିଦେଇଛି। ରିପୋର୍ଟ ମୁତାବକ ଏବେ ୟୂଜର୍ସଙ୍କୁ ଫାଇବର ସର୍ଭିସ ପାଇଁ ସର୍ବନିମ୍ନ ୬୯୯ ଟଙ୍କା ଦେବାକୁ ପଡିବ।

ରିଲାଇଏନ୍ସ  ଜିଓ ଫାଇବର  ପ୍ଲାନ

ଉପଭୋକ୍ତାଙ୍କୁ ଜିଓର  ଫାଇବର  ପ୍ଲାନ କିଣିବା ପାଇଁ ୨୫୦୦ ଟଙ୍କା ଦେବାକୁ ପଡୁଥିଲା।  କମ୍ପାନୀ ଏହି ଟଙ୍କାରେ ୧୦୦୦ଟଙ୍କାର installation charge ଓ ୧୫୦୦ ଟଙ୍କା ରିଫଣ୍ଡ କରିବା ପାଇଁ ନେଇଥାଏ।ଏଥିରେ ୟୁଜର୍ସଙ୍କୁ ୱାଇ ଫାଇ କନେକ୍ସନରେ ୱାଇ ଫାଇ  ରାଉଟର ଓ ଓଏନି ବକ୍ସ ମିଳିଥାଏ।  ଏହା ବ୍ୟତିତ  ୟୂଜର୍ସଙ୍କୁ ତୁରନ୍ତ ମାଗଣାରେ ସେଟ ଟପ ବକ୍ସ ମଧ୍ୟ  ମିଳିବ।

ୟୁଜର୍ସଙ୍କୁ ପେଡ ପ୍ଲାନରେ କରାଗଲା ସିଫ୍ଟ

ଜିଓ  ପ୍ରିଭ୍ୟୁ ଅଫରକୁ ଶେଷ  କରିବା ପରେ ଉପଭୋକ୍ତାଙ୍କୁ ପେଡ ପ୍ଲାନରେ ସିଫ୍ଟ କରାଯାଉଛି। ଅନ୍ୟପଟେ କମ୍ପାନୀ କନେକ୍ସନ କାଟିବାକୁ ଥିବା ୟୂଜର୍ସଙ୍କୁ ଜମା ହୋଇଥିବା ଟଙ୍କା ରିଫଣ୍ଡ କରିଛି।

ଜିଓ ଗିଗା ଫାଇବରର ସିଲଭର ପ୍ଲାନ୍ସ

ଏହି ପ୍ଲାନର ଦାମ ୮୪୯ ଟଙ୍କା।  ବର୍ଷକ ପାଇଁ ପ୍ଲାନର ମୂଲ୍ୟ ୧୦,୧୮୮ ଟଙ୍କା ରହିଛି। ଏହି ପ୍ଲାନରେ ୩,୯୯୯ ଟଙ୍କା ମୂଲ୍ୟର ସ୍ପିକର ସମ୍ପୂର୍ଣ୍ଣ ମାଗଣାରେ ମିଳିବ। ଏହା ସହିତ 4K ସେଟଅପ ବକ୍ସ ଓ ଜିଓ ହୋମ ଗେଟୱେ ମାଗଣାରେ ମିଳିବ। ଏହି ପ୍ଲାନରେ ୧୦୦ ଏମବିପିଏସ ଡାଟା ସ୍ପିଡ ମିଳବ।

ରିଲାଏନ୍ସ ଜିଓ ଫାଇବର ପ୍ଲାନର ଦାମ ୧୨୯୯ ଟଙ୍କା ରହିଛି। ଯଦି ବାର୍ଷିକ ପ୍ଲାନ ନେଉଥାନ୍ତି ତେବେ ୩୧,୧୭୬ ଟଙ୍କା ଦେବାକୁ ପଡିବ। ଏହା ସହିତ ୨୪ ଇଞ୍ଚର ଏକ ଟିଭି ମଗଣାରେ ମିଳିବ। ଏହା ସହିତ 4K ସେଟଅପ ବକ୍ସ ଓ ଜିଓ ହେମ ଗେଟ ୱେ ମାଗଣାରେ ମିଳିବ। ଏହି ପ୍ଲାନରେ ଡାଟା ସ୍ପିଡ ୨୫୦ ଏମବିପିଏସ  ରହିବ। ଏହି ପ୍ଲାନରେ ୧୨ ହଜାର ଜିବି ଡାଟା ମିଳିବ।

ରିଲାଏନ୍ସ ଜିଓ ଫାଇବରର ଡାଇମଣ୍ଡ ପ୍ଲାନ

ଏହି ପ୍ଲାନରେ ବର୍ଷିକ  ୨୯,୯୮୮ ଟଙ୍କା ଦେବାକୁ ହେବ। ଏହା ମାଧ୍ୟମରେ ମାସିକ ପ୍ଲାନର ମୂଲ୍ୟ ୨,୪୯୯ଟଙ୍କା  ହେବ । ଏହା ସହିତ ୨୪ ଇଞ୍ଚର ଏଚଡି ଟିଭି ମାଗଣାରେ ମିଳିବ ଓ  4K ସେଟଅପ ବକ୍ସ, ଜିଓ ହେମା ଗେଟ ୱେ ମାଗଣାରେ ମିଳିବ। ଏଥିରେ ୫୦୦ ଏମବିପିଏସର ସ୍ପିଡ ମିଳିବ । ଏଥିରେ ୧୫ ହଜାର ଜିବି ଡାଟା ମିଳିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.