ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ, ମେଣ୍ଟ ବୈଠକରେ ହେଲେ ନିର୍ବାଚିତ

କେନ୍ୟୁଜ୍(ବ୍ୟୁରୋ): ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ହେବେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ । ଆଜି ବସିଥିବା ଶିବସେନା-ଏନ୍‌ସିପି ଓ କଂଗ୍ରେସର ମିଳିତ ବୈଠକରେ ଉଦ୍ଧବ ଠାକରେଙ୍କୁ ନେତା ନିର୍ବାଚିତ କରାଯାଇଛି । ଆସନ୍ତା ଡିସେମ୍ବର ୧ ତାରିଖରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶିବାଜୀ ପାର୍କରେ ଶପଥ ଗ୍ରହଣ ଉତ୍ସବ କରିବାକୁ ଚାହୁଁଛି ଶିବସେନା । ତେବେ କେଉଁଠି ଶପଥ ଗ୍ରହଣ ଉତ୍ସବ ହେବ, ତାହା ଏଯାଏ ସ୍ଥିର କରାଯାଇନାହିଁ । ଶିବସେନା-ଏନ୍‌ସିପି ଓ କଂଗ୍ରେସ ମେଣ୍ଟର ନା ରଖାଯାଇଛି MVA ବା ମହାରାଷ୍ଟ୍ର ବିକାଶ ଅଘାଡି । ଉଦ୍ଧବ ଠାକରେ MVAର ନେତା ନିର୍ବାଚିତ ହୋଇଛନ୍ତି । ତିନି ଦଳର ନେତା ଉଦ୍ଧବ ଠାକରେ ନାଁରେ ପ୍ରସ୍ତାବ ଉପରେ ସହମତି ପ୍ରକାଶ କରିଥିଲେ । MVAର ପ୍ରତିନିଧି ଦଳ ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇଛନ୍ତି। ଉଦ୍ଧବ ଠାକରେ ଏବେ ବିଧାୟକ ନାହାନ୍ତି । ତେଣୁ ୬ ମାସ ମଧ୍ୟରେ ବିଧାନସଭା କିମ୍ବା ବିଧାନ ପରିଷଦର ସେ ସଦସ୍ୟ ହେବେ । ପ୍ରଥମ ଥର ଠାକରେ ପରିବାରରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହେବେ । ବର୍ତ୍ତମାନ ପର୍ଯ୍ୟନ୍ତ ଠାକରେ ପରିବାର ପ୍ରତ୍ୟକ୍ଷ ରାଜନୀତିରେ ସାମିଲ ହୋଇନଥିଲା । ହେଲେ ପ୍ରଥମ ଥର ପାଇଁ ପରମ୍ପରା ଭାଙ୍ଗି ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.