Below header

କାର୍‌ ଲଭର୍‌ଙ୍କ ପାଇଁ ଖୁସି ଖବର, ଚଳିତ ବର୍ଷ ଲଞ୍ଚ ହୋଇଛି ଶସ୍ତା ଅଟୋମେଟିକ୍‌ କାର୍‌

ରେନାଲ୍ଟ ଲଞ୍ଚ କରିଛି ଶସ୍ତା ଅଟୋମେଟିକ୍ କାର । ରନୋଲଟ୍‌ ଆଗାମୀ ୩ ବର୍ଷ ରେ ୫ ଟି କାର୍‌ ଲଞ୍ଚ କରିବାକୁ ଯୋଜନା କରିଛି । ସବୁଠାରୁ ବଡ କଥା ହେଉଛି ୨୦୨୪ରେ ରେନାଲ୍ଟ କ୍ୱିଡ୍ RXL (O), Easy- R AMT ଭଳି ସବୁଠାରୁ ଶସ୍ତା ଅଟୋମେଟିକ୍ କାର୍ ଲଞ୍ଚ ହୋଇଛି । ଏହାର ମୂଲ୍ୟ ମାତ୍ର ୫ ଲକ୍ଷ ୪୪ ହଜାର ।

ଏବେ ଘରେ ଘରେ ଦେଖିବାକୁ ମିଳୁଛି ନୂଆ ନୂଆ କାର୍‌ । ଲୋକମାନଙ୍କ ସଉକ୍‌ ହୋଇଗଲାଣି କାର୍‌ ଚଲାଇବା । ସସମସ୍ତଙ୍କର ଇଛା ନୂଆ ନୂଆ କାର୍‌ କିଣିବାକୁ । ହେଲେ କିଛି ଲୋକ କାର୍‌ କିଣିବାକୁ ଚାହୁଁଥିଲେ ମଧ୍ୟ ହାଇ ବଜେଟ୍‌ ଯୋଗୁଁ ଅନେକ ତାଙ୍କ କାର୍‌ କିଣିବା ସ୍ୱପ୍ନ ଅଧାରେ ରହିଯାଏ । ସେମାନେ ଗୋଟିଏ କାର୍‌ କିଣିପାରିନଥାନ୍ତି । ଏବେ ଏକ କମ୍ପାନୀ ଶସ୍ତା କାର୍‌ ଲଞ୍ଚ କରିବାକୁ ପ୍ଲାନ୍‌ କରିଛି । ଯେଉଁ କାର୍‌ ବିଷୟରେ ଜାଣିବା ପରେ ଆପଣ ବି କିଣିବାକୁ ମନ କରିବେ । ଯାହାର ଦାମ୍‌ ଖୁବ୍‌ କମ୍‌ ରହିଛି ।

ରେନାଲ୍ଟ ଲଞ୍ଚ କରିଛି ଶସ୍ତା ଅଟୋମେଟିକ୍ କାର । ରନୋଲଟ୍‌ ଆଗାମୀ ୩ ବର୍ଷ ରେ ୫ ଟି କାର୍‌ ଲଞ୍ଚ କରିବାକୁ ଯୋଜନା କରିଛି । ସବୁଠାରୁ ବଡ କଥା ହେଉଛି ୨୦୨୪ରେ ରେନାଲ୍ଟ କ୍ୱିଡ୍ RXL (O), Easy- R AMT ଭଳି ସବୁଠାରୁ ଶସ୍ତା ଅଟୋମେଟିକ୍ କାର୍ ଲଞ୍ଚ ହୋଇଛି । ଏହାର ମୂଲ୍ୟ ମାତ୍ର ୫ ଲକ୍ଷ ୪୪ ହଜାର । (ଏକ୍ସ-ଶୋ’ରୁମ୍), ଏହା ଲୋକପ୍ରିୟ ମାରୁତି ସୁଜୁକି ଆଲ୍ଟୋ କେ ୧୦ (Maruti Suzuki Alto K10) ଅଟୋମେଟିକ୍ ବ୍ୟାରିଆଣ୍ଟ ଠାରୁ ଶସ୍ତା, ଯାହାର ମୂଲ୍ୟ ୫ ଲକ୍ଷ ୬୧ ହଜାର (ଏକ୍ସ-ସୋ’ରୁମ୍) ମିଳିପାରିବ । ରେନାଲ୍ଟ କ୍ୱିଡ୍ର ନୂଆ ଅଟୋମେଟିକ୍‌ ବ୍ୟାରିଆଣ୍ଟ ୯୯୯ ସିସି, ତିନୋଟି ସିଲିଣ୍ଡର, ନ୍ୟାଚୁରାଲି ପେଟ୍ରୋଲ୍ ଇଞ୍ଜିନ୍ ଦ୍ୱାରା ପରିଚାଳିତ । ଯାହା 68 bhp ଏବଂ 91 Nm ପିକ୍‌ ଟର୍କ ଜେନେରେଟ୍‌ କରିଥାଏ ।

୨୦୨୪ ରେ ନୂଆ କ୍ୱିଡ୍ ରେଞ୍ଜ୍ କ୍ୱିଡ୍ କ୍ଲାଇମ୍ବରରେ ତିନୋଟି ନୂଆ ଡୁଆଲ୍-ଟୋନ୍ ରଙ୍ଗର କାର୍‌ର ବଡିରେ ରହିଛି । ତେଣୁ ଏହି ସେଗମେଣ୍ଟରେ ସର୍ବ ବୃହତ ଡୁଆଲ୍-ଟୋନ୍ ଦିଆଯାଇଛି । ଯାହା ଗ୍ରାହକଙ୍କ ପାଇଁ ସୁବିଧା ହେବ । RXL (O) ଭେରିଆଣ୍ଟରେ ଏକ 8-ଇଞ୍ଚ୍ ଟଚ୍ ସ୍କ୍ରିନ୍ ମିଡିଆ NAV ସିଷ୍ଟମ୍ ରହିଛି । ଯାହା ଏହାକୁ ଇଣ୍ଡଷ୍ଟ୍ରିରେ ଟଚ୍ ସ୍କ୍ରିନ୍ ମିଡିଆ NAV ସହିତ ସବୁଠାରୁ ଭଲ ହ୍ୟାଚବ୍ୟାକ୍ କରିଥାଏ । ଏହା ସହିତ, ବଜାରରେ ଲୋକଙ୍କ ଚାହିଦାକୁ ପୂରଣ କରିବା ପାଇଁ, ୨୦୨୪ କ୍ୱିଡ୍ ରେଞ୍ଜ୍ RXL (O) A E- R AMT କୁ ସାମ୍ନାକୁ ଆଣିଛି । ଯାହା ଏହାକୁ ବଜାରରେ ଉପଲବ୍ଧ ଶସ୍ତା ଅଟୋମେଟିକ୍ କାର୍ ଭାବରେ ପରିଚିତ ।

ଏଥିସହ ନିରାପତ୍ତାକୁ ଦୃଷ୍ଟିରେ ରଖି, ସିଟ୍‌ ବେଲ୍ଟ ରିମାଣ୍ଡରର ସୁବିଧା ରହିଛି । ଷ୍ଟାଣ୍ଡାର୍ଡରେ ୧୪ ରୁ ଅଧିକ ସୁରକ୍ଷା ବ୍ୟବସ୍ଥା ସହିତ, କ୍ୱିଡ୍ ରେ ସର୍ବୋତ୍ତମ ଶ୍ରେଣୀ ସୁରକ୍ଷା ରହିଛି । ଯାହା ଗ୍ରାହକଙ୍ ପାଇଁ ଅଧିକ ଶସ୍ତା ଏବଂ ଆକର୍ଷଣୀୟ ହୋଇପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.