ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ, ଯୋଗଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ସାଧାରଣ ନିର୍ବାଚନ ପାଇଁ ଗତ ୫ ତାରିଖରେ ସିଇଓଙ୍କ ଅଫିସ ପକ୍ଷରୁ ପ୍ରକାଶ ପାଇଥିଲା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା । ଓଡ଼ିଶାର ମୋଟ ଭୋଟର ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ରହିଛି ।

ଭୁବନେଶ୍ୱର (କେନ୍ୟୁଜ୍‌): ସାଧାରଣ ନିର୍ବାଚନ ପାଇଁ ଗତ ୫ ତାରିଖରେ ସିଇଓଙ୍କ ଅଫିସ ପକ୍ଷରୁ ପ୍ରକାଶ ପାଇଥିଲା ରାଜ୍ୟର ଚୂଡ଼ାନ୍ତ ଭୋଟର ତାଲିକା । ଓଡ଼ିଶାର ମୋଟ ଭୋଟର ସଂଖ୍ୟା ୩ କୋଟି ୩୨ ଲକ୍ଷ ୩୬ ହଜାର ୩୬୦ ରହିଛି । ପୁରୁଷ ମତଦାତାଙ୍କ ସଂଖ୍ୟା ୧ କୋଟି ୬୮ ଲକ୍ଷ ୫୦ ହଜାର ୯୪୯ ଥିବାବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୧ କୋଟି ୬୩ ଲକ୍ଷ ୮୨ ହଜାର ୩୧ ।

ନୂଆଦିଲ୍ଲୀରେ ଆୟୋଜିତ ମୁଖ୍ୟ ନିର୍ବାଚନ ଅଧିକାରୀ ସମ୍ମିଳନୀରେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ଯୋଗ ଦେଇଛନ୍ତି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର, ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ ଓ ଅନୁପ ଗୋୟଲ ବୈଠକକୁ ସମ୍ବୋଧନ କରିଛନ୍ତି ।

ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ଇଭିଏମ ଓଡ଼ିଶାରେ ପହଞ୍ଚି ସାରିଛି । ବିଭିନ୍ନ ଜିଲ୍ଲାରେ ଇଭିଏମ ଓ ଭିଭିପାଟ ରଖାଯାଇଛି । ନିର୍ବାଚନ କମିଶନର ରାଜ୍ୟଗୁଡ଼ିକୁ କିଛି ଗାଇଡଲାଇନ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ୩୧ ତାରିଖ ସୁଦ୍ଧା ତାହାକୁ ପାଳନ କରିବାକୁ କୁହାଯାଇଛି । ସେହି ଅନୁସାରେ ପଦକ୍ଷେପ ନିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.