ପିଡିପି ମୁଖ୍ୟଙ୍କ କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମେହବୁବା ମୁଫତି

PDP ମୁଖ୍ୟ ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ । ତେବେ ମୁଫତି ସୁରକ୍ଷିତ ରହିଛନ୍ତି । ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାର ସଙ୍ଗମରେ ମୁଫତିଙ୍କ କାର ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ମୁଫତିଙ୍କ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି ।

ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (PDP) ମୁଖ୍ୟ ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ । ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାର ସଙ୍ଗମରେ ମୁଫତିଙ୍କ କାର ଦୁର୍ଘଟଣା ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ମୁଫତିଙ୍କ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ତେବେ ମୁଫତି ସୁରକ୍ଷିତ ରହିଛନ୍ତି ।

ଖବର ମୁତାବକ, ଅନନ୍ତନାଗ ଜିଲ୍ଲା ଅଭିମୁଖେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଅଗ୍ନିକାଣ୍ଡର ପୀଡ଼ିତଙ୍କୁ ସାକ୍ଷାତ କରିବା ପାଇଁ ମୁଫତି ଅନନ୍ତନାଗ ଜିଲ୍ଲାର ଖାନବଲ ଅଭିମୁଖେ ଯାତ୍ରା କରୁଥିଲେ । ମୁଫତି ଏକ ସ୍କର୍ପିଓରେ ତାଙ୍କର ସୁରକ୍ଷାକର୍ମୀଙ୍କ ସହିତ ଯାତ୍ରା କରୁଥିଲେ । ଏହି ଦୁର୍ଘଟଣାରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବାବେଳେ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କୁହାଯାଉଛି । ପିଡିପି ମୁଖ୍ୟ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛନ୍ତି । ତେବେ ଏହି ଦୁର୍ଘଟଣାରେ ମୁଫତିଙ୍କ ଗାଡ଼ିର ଆଗପଟ ଭାଗ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।

ଦୁର୍ଘଟଣା ବିଷୟରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଅନ୍ୟ ଏକ ଗାଡ଼ିରେ ଗନ୍ତବ୍ୟସ୍ଥଳକୁ ନିଆଯାଇଥିଲା ।

ମୁଫତି ଜମ୍ମୁ କଶ୍ମୀରର ସବୁଠାରୁ କ୍ଷମତାଶୀଳ ମହିଳା ନେତ୍ରୀ ଭାବେ ପରିଚିତ । ୨୦୧୬ରେ ବିଜେପି ସହିତ ମିଶି ସରକାର କରିଥିଲେ । ଦୁଇ ବର୍ଷ ମୁଖ୍ୟମନ୍ତ୍ରୀ ରହିଥିଲେ । ଏହାଛଡା ଅନନ୍ତନାଗର ସାଂସଦ ମଧ୍ୟ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.