ଡିସଚାର୍ଜ ହେଲା ବିଜୟିନୀ, ପ୍ରଶାସନକୁ ଶିଶୁକନ୍ୟା ହସ୍ତାନ୍ତର କଲେ ମେଡିକାଲ କର୍ତ୍ତୃପକ୍ଷ

ଡିସଚାର୍ଜ ହେଲା ବିଜୟିନୀ । ସୁସ୍ଥ ହେବା ପରେ ବୁର୍ଲା ମେଡିକାଲରୁ ଡିସଚାର୍ଜ ହୋଇଛି ବୋରୱେଲରୁ ଉଦ୍ଧାର ଶିଶୁକନ୍ୟା । ମେଡିକାଲ କର୍ତ୍ତୃପକ୍ଷ ଶିଶୁକନ୍ୟାକୁ ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି ।

ସମ୍ବଲପୁର (କେନ୍ୟୁଜ): ଡିସଚାର୍ଜ ହେଲା ବିଜୟିନୀ । ସୁସ୍ଥ ହେବା ପରେ ବୁର୍ଲା ମେଡିକାଲରୁ ଡିସଚାର୍ଜ ହୋଇଛି ବୋରୱେଲରୁ ଉଦ୍ଧାର ଶିଶୁକନ୍ୟା । ମେଡିକାଲ କର୍ତ୍ତୃପକ୍ଷ ଶିଶୁକନ୍ୟାକୁ ପ୍ରଶାସନକୁ ହସ୍ତାନ୍ତର କରିଛନ୍ତି । ଏହାପରେ ଛଚନାପାଲିସ୍ଥିତ ବାଲ୍ ନିକେତନକୁ ନିଆଯିବ । ବିଜୟିନୀର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ହେଲେ ଭୀମସାରରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଯିବେ ବୋଲି କହିଛନ୍ତି ଭିମସାର ଅଧୀକ୍ଷକ ।

ସେପେଟ ବାଲ୍ ନିକେତନରେ ବିଜୟିନୀର ଯତ୍ନ ନେବା ପାଇଁ ଜଣେ ନର୍ସଙ୍କୁ ଦୁଇଦିନ ଟ୍ରେନିଂ ଦିଆଯାଇଛି । ଗତ ଡିସେମ୍ବର ୧୨ରେ ରେଙ୍ଗାଲି ଥାନା ଲାରିପାଲିସ୍ଥିତ ଶ୍ରୀରାମ ପଡ଼ିଆରେ ଥିବା ପରିତ୍ୟକ୍ତ ବୋରୱେଲରୁ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଥିଲା । ତା’ପରେ ଚିକିତ୍ସା ପାଇଁ ତାକୁ ବୁର୍ଲା ଭୀମସାରରେ ଭର୍ତ୍ତି କରାଯାଇଥିଲା । ଜୀବନ ଯୁଦ୍ଧରେ ବିଜୟୀ ନବଜାତ ଶିଶୁକନ୍ୟାକୁ ବିଜୟିନୀ ନାମକରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.