Below header

୨୨ ଜାନୁଆରୀ ଯାଏଁ ସମସ୍ତ ବସରେ ବାଜିବ ରାମ ଭଜନ, ସରକାର ଜାରି କରିଛନ୍ତି ନିର୍ଦ୍ଦେଶ

ସମସ୍ତ ରୋଡେଓ୍ଵଜ୍‌ ବସରେ ରାମ ଭଜନ ଏବଂ ରାମ ଧୂନ୍‌ ବଜା ଯିବାର ଏହି ଆଦେଶ ପରିବହନ ବିଭାଗ ଦ୍ୱାରା ଜାରୀ କରାଯାଇଛି । ଯେଉଁ ଆଦେଶକୁ ପାଳନ କରି ନିରୀକ୍ଷଣ ଅଭିଯାନ ଆରମ୍ଭ କରିଦେଇଛି ।

ଅଯୋଧ୍ୟାରେ ହେବାକୁ ଯାଉଛି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ପ୍ରସ୍ତୁତି ଜୋରସୋରରେ ଚାଲିଛି । ଆଉ ଏହି ଦିନକୁ ଆହୁରି ଖାସ୍‌ କରିବା ପାଇଁ ସମସ୍ତେ ନିଜ ନିଜର ଯୋଗଦାନ ଦେଉଛନ୍ତି । ପୂରା ଅଯୋଧ୍ୟା ନଗରୀକୁ ନୁଆଁ ବୋହୂ ଭଳି ସଜେଇବାକୁ ଚାଲିଛି ପ୍ରସ୍ତୁତି କାମ । ସୁରକ୍ଷାର ବି ବହୁତ କଡାକଡି ବ୍ୟବସ୍ଥା କରାଯାଉଛି । ଏହାରି ଭିତରେ ଅଯୋଧ୍ୟାରେ ହେବାକୁ ଯାଉଥିବା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଆହୁରି ବି ଭବ୍ୟ ବନାଇବା ପାଇଁ ଗାଜିୟାବାଦ୍‌ ରୋଡ଼ୱେଜ୍‌ ବସରେ ରାମ ଭଜନ ବଜାଇବାର ଆଦେଶ ଦିଆଯାଇଛି ।

ସମସ୍ତ ରୋଡ଼ୱେଜ୍‌ ବସରେ ରାମ ଭଜନ ଏବଂ ରାମ ଧୂନ୍‌ ବଜା ଯିବାର ଏହି ଆଦେଶ ପରିବହନ ବିଭାଗ ଦ୍ୱାରା ଜାରି କରାଯାଇଛି । ଯେଉଁ ଆଦେଶକୁ ପାଳନ କରି ନିରୀକ୍ଷଣ ଅଭିଯାନ ଆରମ୍ଭ କରିଦେଇଛି । ଗାଜିୟାବାଦ ବସ୍‌ ଡିପୋର ସମସ୍ତ ଅଧିକାରୀ ଏହି ନିରୀକ୍ଷଣ ସମୟରେ ବସରେ ରାମ ଭଜନ ବଜାଇବାର ପ୍ରସ୍ତୁତି କରୁଛନ୍ତି । ଏଥିପାଇଁ ବସରେ ସାଉଣ୍ଡ ସିଷ୍ଟମକୁ ଉପଲବ୍ଧ କରାଯାଇଛି ।

ବ୍ୟାପକ ନିରୀକ୍ଷଣ ସମୟରେ ବସ୍‌ ମାଲିକଙ୍କୁ ନୋଟିସ୍‌ ଜାରୀ କରାଯାଇଛି ଯେଉଁ ବସରେ ସାଉଣ୍ଡ୍‌ ସିଷ୍ଟମ ସେଟଅପ୍‌ ନାହିଁ । ୨୨ ତାରିଖ ପର୍ଯ୍ୟନ୍ତ ସମସ୍ତ ବସରେ ରାମ ଭଜନ ବାଜିବାର ପ୍ରସ୍ତୁତ କରାଯାଉଛି ଯାହାଦ୍ୱାରା ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଉତ୍ସବପୂର୍ଣ୍ଣ ଭାବନା ସହିତ ପାଳନ କରାଯାଇପାରିବ । ବସ୍‌ ଭିତରେ ରାମ ଭଜନ ବାଜିବା ପରେ ଅନେକ ଯାତ୍ରୀ ଖୁସି ଅଛନ୍ତି । ଏହାସହିତ ଏହାକୁ ସରକାରଙ୍କର ଏକ ଭଲ ନିର୍ଣ୍ଣୟ ଭାବେ ପାଳନ ମଧ୍ୟ କରୁଛନ୍ତି ଲୋକେ । ତେବେ କୁହାଯାଉଛି ଯେ ଏହାଦ୍ୱାରା ୨୨ ଜାନୁଆରୀ ଦିନକୁ ପୂରା ଉତ୍ସବପୂର୍ଣ୍ଣ ଭାବେ ଭକ୍ତିମୟ ମନରେ ପାଳନ କରାଯାଇପାରିବ ।

ତେବେ ପ୍ରାଣ ପ୍ରତିଷ୍ଠାକୁ ନେଇ ପରିବହନ ବିଭାଗ ସମସ୍ତ ସରକାରୀ ବସରେ ରାମ ଭଜନ ବଜାଇବା ନେଇ ମଧ୍ୟ ନିର୍ଦ୍ଦେଶ ଜାରୀ କରିଦେଇଛନ୍ତି । ସେହିପରି ନୋଏଡାରେ ଚାଲୁଥିବା ବସରେ ବର୍ତ୍ତମାନରୁ ହିଁ ରାମ ଭଜନ ବାଜିଲାଣି । ବସ୍‌ ରାମ ଭଜନରେ ଏକଦମ୍‌ ଗୁଞ୍ଜରିତ ଯାଇଥିଲା । ଏବଂ ଏହି ରାମ ଧ୍ୱନିକୁ ଶୁଣି ସମସ୍ତ ଯାତ୍ରୀ ମଧ୍ୟ ଆନନ୍ଦମୟ ହୋଇ ଯାତ୍ରା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.