କାମାକ୍ଷାନଗର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୨ ମୃତ, ୨ ଗୁରୁତର

କାମାକ୍ଷାନଗର ମହୁଲି OTPCL କଲୋନୀ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

କାମାକ୍ଷାନଗର (କେନ୍ୟୁଜ୍‌): କାମାକ୍ଷାନଗର ମହୁଲି OTPCL କଲୋନୀ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟ ମୃତକ ମହୁଲି ଗାଁର ସାଗର ସାହୁ ଓ ଅଘିରାଗୋଡା ଗାଁର ଶିବରାମ ବେହେରା ବୋଲି ଜଣାପଡ଼ିଛି ।

ଘଟଣାସ୍ଥଳରେ ତୁମୁସୁଙ୍ଗା ଥାନାଧିକାରୀ ପହଞ୍ଚି ଦୁଇ ମୃତଦେହ ଜବତ କରିବା ସହ ଗୁରୁତର ଆହତଙ୍କୁ କାମାକ୍ଷାନଗର ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି । ତେବେ ମୃତକଙ୍କ ପରିବାରଙ୍କୁ ସରକାରୀ ସାହାଯ୍ୟ ପାଇଁ ଦାବି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.