Below header

ମୋକ୍ଷ ପାଇବା ଅପେକ୍ଷାରେ ୫୬ ଆତ୍ମା

ଚାଲିଛି ପୂଜାପାଠ, ବେଦ ମନ୍ତ୍ର ଉଚ୍ଚାରଣ ବି ହେଉଛି । ଏହା କୌଣସି ଘରେ ପୂଜା ହେଉନାହିଁ ଆଜ୍ଞା । ଏଠି ଚାଲିଛି ଅଜଣା ଲୋକଙ୍କ ଆତ୍ମା ଶାନ୍ତି ପୂଜା ।

ସୁନ୍ଦରଗଡ (କେନ୍ୟୁଜ) : ଚାଲିଛି ପୂଜାପାଠ, ବେଦ ମନ୍ତ୍ର ଉଚ୍ଚାରଣ ବି ହେଉଛି । ଏହା କୌଣସି ଘରେ ପୂଜା ହେଉନାହିଁ ଆଜ୍ଞା । ଏଠି ଚାଲିଛି ଅଜଣା ଲୋକଙ୍କ ଆତ୍ମା ଶାନ୍ତି ପୂଜା ।  ଗୋଟେ ଗୋଟେ କରି କେତେଟା ଅସ୍ଥି କଳଶ ରହିଛି । ଗୋଟେ କି ଦୁଇଟା ନୁହେଁ ରହିଛି ୫୬ଟି ଅସ୍ଥି କଳଶ । ଯେଉଁମାନେ ପୂଜା କରୁଛନ୍ତି ସେମାନେ ତାଙ୍କର କେହି ନୁହେଁ । କିନ୍ତୁ ଦେଖାଉଛନ୍ତି ମାନବିକତା । ଆତ୍ମାକୁ ମୋକ୍ଷ ଦେବା ପାଇଁ ଆଗେଇ ଆସିଛନ୍ତି ଏମାନେ । ଏହି ପୂଜା ହେଉଛି ସୁନ୍ଦରଗଡ଼ ରାଣୀ ବଗିଚା ସ୍ଥିତ ମଶାଣିର । ବିଭିନ୍ନ କାରଣରୁ ମୃତ୍ୟୁ ବରଣ କରିଥିବା, ଅଜଣା ଶବ ତଥା ବୃଦ୍ଧା ଶ୍ରମ ଓ ଅ।ସ୍ଥା ଗୃହରେ ମୃତ୍ୟୁ ବରଣ କରିଥିବା ୫୬ ଜଣ ମୃତକଙ୍କ ଅସ୍ଥି ପୂଜା ଚାଲିଛି । ଏହି ମୃତକ ମାନଙ୍କ ଶବ ସଂସ୍କାର ପରେ ତାଙ୍କର ଅସ୍ଥିକୁ ତାଙ୍କ ପରିବାର ବର୍ଗ ନେବାକୁ ଆସିନାହାଁନ୍ତି । ଯାହାପରେ ରିତିନିତୀ ଅନୁସାରେ ଶବ ସଂସ୍କାର କରିଥିବା ସହରର ମଶାଣି ବନ୍ଧୁ ଟିମ ଏହି ଅସ୍ଥି ସବୁକୁ ସାଇତି ରଖିଥିଲେ ।

ସେମାନଙ୍କ ଆତ୍ମୀୟ ସ୍ୱଜନ ବନ୍ଧୁ ପରିଜନ ଅସ୍ଥିକୁ ନେବାକୁ ନଆସିବାରୁ ଏବେ ଏହି ଅସ୍ଥି ଗୁଡିକୁ ପ୍ରୟାଗରାଜରେ ବିସର୍ଜନ କରିବା ପାଇଁ ପୂଜାପାଠ କରାଯିବ । ଗତ ବର୍ଷ ଜୁଲାଇ ମାସରେ ଏହି ମଶାଣିରେ ସାମୂହିକ ପୂଜା ଅର୍ଚ୍ଚନା କରିବା ପରେ ପ୍ରୟାଗରାଜ ଯାଇ ସେଠାରେ ପାରମ୍ପରିକ ରୀତିରେ ୩୫ ଜଣଙ୍କ ଅସ୍ଥି ବିସର୍ଜନ କରିଥିଲେ ମଶାଣୀ ବନ୍ଧୁ । ୪ ବର୍ଷରୁ ଅଧିକ ହେବ ଏହି ମଶାଣି ବନ୍ଧୁ ଟିମ ସ୍ୱର୍ଗଦ୍ଵାରରେ ଏହି ଭଳି ଶବ ସଂସ୍କାର କରି ଅ।ସୁଛନ୍ତି। ଶବ ସଂସ୍କାର ପରେ କାଳେ କେହି ଅ।ସିବେ ଓ ଅସ୍ଥି କଳସକୁ ନେଇ ପାରମ୍ପରିକ ରିତିନିତି ଅନୁସାରେ ଅସ୍ଥି ବିସର୍ଜନ କରିବେ ଏହି ଅ।ଶା ରଖିଥିଲେ ମଶାଣି ବନ୍ଧୁ ଟିମ, ମାତ୍ର କେହି ନଅ।ସିବାରୁ ଶେଷରେ ସେମାନେ ଏହି ଅସ୍ଥିକୁ ସାମୂହିକ ଭାବେ ବିସର୍ଜନ କରିବା ପାଇଁ ନିଷ୍ପତି ନେଇଛନ୍ତି। ଏଣୁ ଅସ୍ଥି ସୁଦ୍ଧି ସହ ସଂଚାର କରିଛନ୍ତି ସ୍ଥାନୀୟ ମଶାଣୀରେ।

ମହାମାରୀ କରୋନା କାଳରେ ମୃତ୍ୟୁ ବରଣ କରିବା ପରେ ଯେତେବେଳେ ନିଜ ସମ୍ପର୍କୀୟ ମୃତ ଦେହକୁ ଛୁଇଁବାକୁ ସାହସ କରୁନଥିଲେ ସେହି ସମୟରେ ମଶାଣି ବନ୍ଧୁ ଟିମ ଏମାନଙ୍କ ଶବ ସଂସ୍କାର କରୁଥିଲେ ଏହା ଛଡା ଦୁର୍ଘଟଣା ଜନିତ ହେଉ ବା ଅସହାୟଙ୍କ ମୃତ୍ୟୁ ପରେ କରିଥିବା ଅସ୍ଥି ରହିଥିଲା। ଗତ ୪ ବର୍ଷରେ ୭୦୦ ରୁ ଅଧିକ ମୃତ ବ୍ୟକ୍ତିଙ୍କ ଶବ ସତ୍କାର କରିଛନ୍ତି ଏହି ମଶାଣି ବନ୍ଧୁ । ଗତବର୍ଷ ମଧ୍ୟ ଅନୁରୁପ ଭାବେ 35 ଜଣଙ୍କ ଅସ୍ଥିକୁ ନେଇ ସାମୁହିକ ବିସର୍ଜନ କରିଥିଲେ। ମଶାଣି ବନ୍ଧୁମାନେ କରୁଥିବା ଏହି ମହତ କାମକୁ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ ହେବ ବୋଲି ସଦର ବିଧାୟିକା କୁସୁମ ଟେଟେ କହିଛନ୍ତି। ମହାମାରୀ କରୋନା ବଦଳାଇ ଦେଇ ଥିଲା ମଣିଷର ମାନବିକତା ଆଚରଣ। ଆକ୍ରାନ୍ତ ବ୍ୟକ୍ତିଙ୍କ ପରିବାର ବର୍ଗ ଓ ସମ୍ପର୍କୀୟ ମଧ୍ୟ ଜୀବନ ଭୟରେ ପାଖ ମାଡୁ ନ ଥିଲେ। ଏପରିକି କରୋନାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ଶବ ସତ୍କାର କରିବାକୁ ମଧ୍ୟ କେହି ଆଗେଇ ଆସୁ ନ ଥିଲେ। ଏ ବିପଦ ବେଳାରେ ଏହି ମହତ କାର୍ଯ୍ୟ ପାଇଁ ନିଜ ଜୀବନକୁ ବିପଦରେ ପକାଇ ଆଗେଇ ଆସିଥିଲେ ସୁନ୍ଦରଗଡ଼ର ଚାରି ଯୁବ ବନ୍ଧୁ। ଏହି ଚାରି ବନ୍ଧୁ ଅନେକ ବ୍ୟକ୍ତିଙ୍କ ଶବ ସତ୍କାର କରି ମଶାଣି ବନ୍ଧୁ ଭାବେ ପରିଚିତ ହୋଇଥିଲେ। ସେହି ମୃତମାନଙ୍କ ଅସ୍ଥି ବିସର୍ଜନ ପାଇଁ ମଧ୍ୟ ଆଗଭର ହୋଇଛନ୍ତି ମଶାଣି ବନ୍ଧୁ। ଏକବିଂଶ ଶତାଦ୍ଦିରେ ଯେଉଁଠି ମଣିଷ ଚନ୍ଦ୍ରରେ ରହିବାକୁ ମନ ବଳାଇଳାଣି ସେଠାରେ ମୃତ୍ୟୁ ପରେ ପରିବାର ବର୍ଗ ଅସ୍ଥି ନେବାକୁ ଅ।ସୁନଥିବା ଏକ ଦୁଃସ୍ଥ ମାନସିକତା ବୋଲି କୁହାଯାଇପାରିବ ସେହି ସମୟରେ ଅସଲ ମାନବିକତାର ପରିଚୟ ଦେଖାଇଛନ୍ତି ସହରର ଏହି ମଶାଣି ବନ୍ଧୁ ଟିମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.