Below header

ସାବଧାନ ! ଯଦି RBIର ଏହି କଥା ମାନୁ ନାହାନ୍ତି, ତା’ହେଲେ ଖାଲି ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ପଇସା

ଭାରତୀୟ ରିଜର୍ଭ ବ୍ୟାଙ୍କ ଗ୍ରାହକଙ୍କୁ ଠକାମିରୁ ବଞ୍ଚାଇବା ପାଇଁ ଅନେକ ଅଭିଯାନ ଚଳାଇଛି। ଏମିତିରେ ଆରବିଆଇ ଅନଲାଇନ୍ ବ୍ୟାଙ୍କିଙ୍ଗକୁ ନେଇ କେତେଥର ଚେତାବନୀ ମଧ୍ୟ ଜାରି କରିସାରିଛି। କିନ୍ତୁ ଯେଉଁଭଳି ଭାବେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଆଡ଼କୁ ଲୋକଙ୍କ ଆଗ୍ରହ ବଢ଼ିଚାଲିଛି, ସେହି ଅନୁସାରେ ବ୍ୟାଙ୍କ ଠକେଇ ମଧ୍ୟ ଲଗାତର ବୃଦ୍ଧି ପାଉଛି। ଭାରତୀୟ ରଜର୍ଭ ବ୍ୟାଙ୍କ ନିଜର ଏହି ଅଭିଯାନରେ ସାଧାରଣ ଲୋକଙ୍କୁ ଅନଲାଇନ ଠକେଇ ଏବଂ ବ୍ୟାଙ୍କିଙ୍ଗ୍ ସହ ଜଡ଼ିତ ଦେଣନେଣକୁ ନେଇ ସଚେତନ କରୁଛି। ଯଦି ଆପଣ ମଧ୍ୟ ଟଙ୍କା ଠକେଇରୁ ବର୍ତ୍ତିବାକୁ ଚାହୁଁଛନ୍ତି, ତା’ହେଲେ ଏହି ସବୁ କଥା ଉପରେ ବିଶେଷ ଧ୍ୟାନ ଦିଅନ୍ତୁ।

କେନ୍ଦ୍ରୀୟ ବ୍ୟାଙ୍କ ଆରବିଆଇ ନାଁରେ ଆସୁଥିବା କେତେକ ଇମେଲରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛି। ଏହି ଇମେଲ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ଥିବା ଅର୍ଥରାଶିକୁ ସଫା କରିଦେବାର ଯଥେଷ୍ଟ ସମ୍ଭାବନା ରହିଛି।

note paisa

ଏମିତି ଆସେ ଇମେଲ
ଭାରତୀୟ ରିଜର୍ଭ ବ୍ୟାଙ୍କର କହିବାନୁଯାୟୀ, ଏହା ନାଁରେ ଲୋକଙ୍କୁ କେତେକ ନକଲି ଇମେଲ ପଠାଇ ଦିଆଯାଏ। ଇମେଲରେ କୁହାଯାଏ କି, ଆପଣ ଉପହାର ଜିତି ଯାଇଛନ୍ତି। ପୁଣି ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଉପହାର ପାଇବା ପାଇଁ ପ୍ରୋସେସିଙ୍ଗ୍ ଫିସ୍ ଏବଂ ଅନ୍ୟ ଚାର୍ଜ ରୂପରେ ଟଙ୍କା ମାଗା ଯାଇଥାଏ।

ଏହାସହ ପଢ଼ନ୍ତୁ: ଆଇସିଆଇସିଆଇ ବ୍ୟାଙ୍କ ଆଣିଛି ବଡ଼ ସୁବିଧା, କିଛି ମିନିଟ ମଧ୍ୟରେ ମିଳିଯିବ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍

ବ୍ୟାଙ୍କ ଏଠାରେ ସଚେତନ କରିଛି ଯେ ଆରବିଆଇ ତା’ ତରଫରୁ ଏଭଳି ମେସେଜ୍ କିମ୍ବା ଇମେଲ କେବେ ବି କାହାକୁ ପଠାଇ ନ ଥାଏ। ଲଟେରି ଜିତିବା ଅଥବା ବିଦେଶରୁ ପଇସା ଆସିବା ଭଳି କେତେକ ସୂଚନା ଇମେଲ ଅଥବା ଏସଏମଏସ ମାଧ୍ୟମରେ ମଧ୍ୟ ପଠାଇ ନ ଥାଏ।
କେନ୍ଦ୍ରୀୟ ବ୍ୟାଙ୍କ ଅନୁସାରେ, ରିଜର୍ଭ ବ୍ୟାଙ୍କ ନାଁରେ ନକଲି ଇମେଲ ପଠାଉଥିବା ବ୍ୟକ୍ତି ବା ସଂସ୍ଥା ‘ଆରବିଆଇ’ ଏବଂ ‘ରିଜର୍ଭ ବ୍ୟାଙ୍କ’ ଭଳି ନାଁ ମଧ୍ୟ ବ୍ୟବହାର କରିଥାଆନ୍ତି। କିନ୍ତୁ ଯଦି ଆପଣ ଏଭଳି ଠକେଇ ମାମଲାରୁ ଦୂରେଇ ରହିବାକୁ ଚାହାଁନ୍ତି, ତା’ହେଲେ ନିଶ୍ଚିତ ପତ୍ତା କରନ୍ତୁ କି ଇମେଲ କେଉଁ ଠିକଣାରୁ ଆସିଛି। କିଛି ସନ୍ଦେହ ଜାତ ହେଲେ ନିଜ ତରଫରୁ ସେହି ଇମେଲ ଉପରେ କୌଣସି ବି ଡାଟା ବା ସୂଚନା ସେୟାର କରନ୍ତୁ ନାହିଁ। ଏଭଳି ଇମେଲ ଏବଂ ଏସଏମଏସର ଉତ୍ତର ନ ଦେବାକୁ ଆରିବିଆଇ ପରାମର୍ଶ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.