ସହି ପାରିଲାନି ପ୍ରତାରଣା, ଟ୍ରକ୍ ଚଢାଇ ପ୍ରେମିକାର ଦ୍ବିତୀୟ ପ୍ରେମିକକୁ ହତ୍ୟା କଲା ପ୍ରଥମ ପ୍ରେମିକ

ଯାଜପୁର ରୋଡ : ଧୋକା ସହିପାରିଲାନି ପ୍ରେମିକ । ଆଉ ପ୍ରେମିକାର ଦ୍ବିତୀୟ ପ୍ରେମିକକୁ କଲା ହତ୍ୟା । ହେଲେ ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଯାଇ ପୋଲସ୍ ହାତରେ ଧରାପଡିଲା ଅଭିଯୁକ୍ତ । ଏଭଳି ଏକ ଚାଂଚଲ୍ୟକର ଘଟଣା ଘଟିଛି ଯାଜପୁର ଜିଲ୍ଲା ସୁକିନ୍ଦାରେ । ଅଭିଯୁକ୍ତ ଜଣକ ହେଉଛି ଦାମୋଦରପୁର ଗାଁର ରଞ୍ଜନ ସେଠୀ । ରଞ୍ଜନଙ୍କ ଅନ୍ୟଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ୍ । ରଞ୍ଜନ ପେସାରେ ଜଣେ ଟ୍ରକ ଡ୍ରାଇଭର ।

ସୂଚନା ଅନୁସାରେ, ନିଜ ଗାଁର ଜଣେ ଯୁବତୀଙ୍କୁ ଭଲପାଇଥିଲା ଅଭିଯୁକ୍ତ ରଞ୍ଜନ । ତେବେ ଯୁବତୀ ଜଣକ ତିନି ମାସ ପରେ ରଞ୍ଜନ ସହିତ ସମ୍ପର୍କ ରଖିବା ପରେ ଅନ୍ୟ ଜଣେ ଯୁବକ ଅଶୋକକୁ ଭଲପାଇ ବସିଥିଲେ । ଯାହାକୁ ସହି ପାରନଥିଲା ରଞ୍ଜନ । ଆଉ ଅଶୋକକୁ ବାଟରୁ ହଟାଇବା ପାଇଁ କରିଥିଲା ବ୍ଲୁ ପ୍ରିଣ୍ଟ । ଯୋଜନାକୁ ରୂପ ଦେବା ପାଇଁ ନିଜର ଦୁଇ ସହଯୋଗୀ ଚିନ୍ମୟ ଓ ପଞ୍ଚୁଆର ସାହାଯ୍ୟ ନେଇଥିଲା ରଞ୍ଜନ । ଯୋଜନା ଅନୁସାରେ, ଘଟଣା ଦିନ ସ୍କୁଟିରେ ଅଶୋକ ଯାଉଥିବା ସମୟରେ ରଞ୍ଜନ ଟ୍ରକ୍ ଚଢାଇ ଦେଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ଅଶୋକଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ହତ୍ୟାକୁ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରିଥିଲା ରଞ୍ଜନ । ପରେ ପୋଲିସର ଯାଂଚ ପରେ ସାମ୍ନାକୁ ଆସିଥିଲା ସତ । ଗିରଫ୍ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.