Below header

ଅନ୍ଧବିଶ୍ୱାସ: ଶିବଲିଙ୍ଗ ଉପରେ ନିଜ ଜିଭ କାଟି ଚଢାଇଲେ ଯୁବକ, ଚମତ୍କାର କହି ଲୋକେ କଲେ ପୂଜାର୍ଚ୍ଚନା

ଛତିଶଗଡ : ଛତିଶଗଡରେ ଅନ୍ଧବିଶ୍ୱାସର ଏକ ଆଶ୍ଚର୍ଯ୍ୟ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । କୋରବାର କରତଲା-ସେନ୍ଦ୍ରିପାଲିରେ ରହୁଥିବା ଏକ ଯୁବକ ନିଜର ଜିଭ କାଟି ଶିବଲିଙ୍ଗ ଉପରେ ରଖିଥିବା ଜଣାପଡିଛି। ଗ୍ରାମବାସୀଙ୍କ କହିବା ଅନୁସାରେ ଲକ୍ଷ୍ମୀ ପ୍ରସାଦ ବହୁତ ବଡ ଶିବ ଭକ୍ତ ଅଟନ୍ତି ଏବଂ ସେ ଭଗବାନ ଶିବଙ୍କୁ ଆରାଧନା କରିଥାନ୍ତି । ଗାଁଲୋକେ କହିଛନ୍ତି କି, ରବିବାର ଦିନ ଲକ୍ଷ୍ମୀ ଘରେ କାହାକୁ କିଛି ନକହି ବାହାରକୁ ବାହାରି ଯାଇଥିଲେ। ଯେତେବେଳେ ସେ ବହୁ ସମୟ ଧରି ଘରକୁ ଫେରିନଥିଲେ ସେତେବେଳେ ଘରଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । ଶେଷରେ ଗାଁର ବାହାର ମୁଣ୍ଡରେ ପହଁଚିଥିଲେ । ସେଠାରେ ଯାଇ ଦେଖିଥିଲେ କି, ଗୋଟେ ନାଳ ନିକଟରେ ଖୋଲା ସ୍ଥାନରେ ଏକ ଶିବଲିଙ୍ଗ ସହିତ ସେ ବସିଛନ୍ତି। ଯେତେବେଳେ ପରିବାର ଲୋକେ ଲକ୍ଷ୍ମୀଙ୍କ ପାଖକୁ ଯାଇଥିଲେ ସେତେବେଳେ ସେମାନେ ଦେଖିବାକୁ ପାଇଥିଲେ କି, ଶିବଲିଙ୍ଗ ଉପରେ ସେ ତାଙ୍କ ଜିଭ କାଟି ଥୋଇଛନ୍ତି । ପରିବାର ଲୋକେ ତାଙ୍କୁ ଯାହାବି ସେହି ସମୟରେ ପଚାରିଥିଲେ ସେ ଠାର ମାଧ୍ୟମରେ ଉତ୍ତର ଦେଇଥିଲେ । ଏସବୁ ଦେଖିବା ପରେ ଗ୍ରାମବାସୀ ଏହାକୁ ଏକ ଚମତ୍କାର ବୋଲି ଭାବିବା ସହିତ ନଡିଆ ଏବଂ ଧୂପକାଠି ନେଇ ସେଠାରେ ପୂଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି । ସେଠାରେ ଲୋକମାନେ ତମ୍ବୁ ମଧ୍ୟ ବାନ୍ଧି ଦେଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.