Below header

ସାବଧାନ ! ବେଙ୍ଗାଲୁରୁ ହୋଟେଲରେ ମଟନ ନାମରେ ପରସା ଯାଉଛି କୁକୁର ମାଂସ, ଥାନାରେ ମାମଲା ରୁଜୁ

ହୋଟେଲରେ କେତେକ ଥର କୁକୁର ମାଂସ ଦିଆଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏମିତି ଏକ ମାମଲା ବର୍ତ୍ତମାନ ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି। ଦାବି କରାଯାଉଛି ଯେ ଏଠାକାର ବଡ ଏବଂ ନାମୀ ହୋଟେଲରେ ମଟନ ବଦଳରେ କୁକୁର ମାଂସ ଦିଆଯାଉଛି। କୁହାଯାଉଛି ଯେ କୁକୁରଙ୍କୁ ପ୍ରଥମେ ପରିଷ୍କାର କରି ହୋଟେଲ ଏବଂ ମଟନ ଦୋକାନରେ ବିକ୍ରି କରିଦିଆଯାଉଛି।

ବେଙ୍ଗାଲୁରୁର ବିବିଏଚବି ଆପାର୍ଟମେଣ୍ଟ ରେଜିଡେଣ୍ଟ ୱେଲଫେୟାର ଆସୋସିଏଶନ ତାମିଲନାଡୁର ଏକ ଏଜେନ୍ସୀକୁ ଅଞ୍ଚଳର କୁକୁରଙ୍କୁ ହଟାଇବାର ଦାୟିତ୍ବ ଦିଆଯାଇଥିଲା କିନ୍ତୁ ଏବେ ଦାବି କରାଯାଉଛି ଯେ ସେଠାରୁ ତାଙ୍କୁ କାଟି ହୋଟେଲକୁ ମଟନ ଭାବରେ ବିକ୍ରି କରିଦିଆଯାଉଛି।

dog meatବେଙ୍ଗାଲୁରୁର ପଶୁ କଲ୍ୟାଣ ଅଧିକାରୀ ହରୀଶ କହିଛନ୍ତି ଯେ ଏହି କଥାକ ଆମେ ମନା କରିପାରିବୁ ନାହିଁ ଯେ ପୂର୍ବରୁ ହିଁ କୁକୁର ମାଂସ ବିକ୍ରି କରିବା ମାମଲା ସାମ୍ନାକୁ ଆସିଛି। ଏବେ ଦାବି କରାଯାଉଛି ଯେ ଏଠାକାର ଅନେକ ଅଞ୍ଚଳରେ କୁକୁର ମାଂସ ବିକ୍ରି କରାଯାଉଛି। ଏହି ପୂରା ଘଟଣାର ସୂଚନା ପୋଲିସକୁ ଦିଆଯାଇ ସାରିଛି।

ଘଟଣାର ସମ୍ପୂର୍ଣ୍ଣ ମାମଲା ସାମ୍ନାକୁ ଆସିବା ପରେ ଏବେ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି। ପୋଲିସ ବିବିଏଚବି ଆସୋସିଏସନ ବିରୁଦ୍ଧରେ ମାମଲା ରୁଜୁ କରାଯାଇ ସ୍ଥାନୀୟ ଲୋକଙ୍କୁ ପଚରା ଉଚରା ପାଇଁ ଡକାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.