ପୁଅ ପାଇଁ ପୂଜା କରିବାକୁ କହି ମହିଳାଙ୍କୁ ଗଣଦୁଷ୍କର୍ମ : ତାନ୍ତ୍ରିକ ସହ ଜଣେ ଗିରଫ

ହିମାଚଳ ପ୍ରଦେଶର ସୋଲନରେ ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ପୁଅର ପୂଜା କରିବାକୁ କହି ତାନ୍ତ୍ରିକ ଜଣକ ମହିଳାଙ୍କୁ ମିଛ ଜାଲରେ ଫସାଇ ଗଣଦୁଷ୍କର୍ମ କରିଛନ୍ତି। ଏହି ଜଘନ୍ୟ କାର୍ଯ୍ୟକୁ ଉକ୍ତ ତାନ୍ତ୍ରିକ ଏବଂ ତାଙ୍କର ଜଣେ ସହଯୋଗୀ କରିଛନ୍ତି।

ସୂଚନା ମୁତାବକ, ସୋଲନରେ ରହୁଥିବା ଜଣେ ମହିଳାଙ୍କ ପୁଅର ଦେହ ଖରାପ ହୋଇଥିଲା। ଡାକ୍ତରଙ୍କୁ ପରାମର୍ଶ କରିବା ପରେ ମଧ୍ୟ ତାଙ୍କ ଦେହ ଭଲ ନ ହେବାରୁ ଉକ୍ତ ମହିଳା ନିଜ ପୁଅକୁ ନେଇ ତାନ୍ତ୍ରିକ ପାଖକୁ ଯାଇଥିଲେ। ତାନ୍ତ୍ରିକ ଜଣକ ମହିଳାଙ୍କ ପରିବାର ଉପରେ ବିପଦ ରହିଛି କହି ଶ୍ମଶାନରେ ପୂଜା କରିବା ପାଇଁ କହିଥିଲେ। ଏପରି ନ କଲେ ତୁମ ପୁଅର ମୃତ୍ୟୁ ହେବ ବୋଲି ମଧ୍ୟ କହିଥିଲେ। ଉକ୍ତ ମହିଳା ଜଣକଙ୍କ ଏହି ପୂଜା କରିବା ପାଇଁ ଶ୍ମଶାନକୁ ଯାଇଥିବା ବେଳେ ତାନ୍ତ୍ରିକ ଏବଂ ତାଙ୍କ ସହଯୋଗୀ ଉକ୍ତ ମହିଳାଙ୍କୁ ନେଇ ଏକ ଘରେ ବନ୍ଦ କରି ଗଣଦୁଷ୍କର୍ମ କରିଥିଲେ। ଉକ୍ତ ମହିଳା ଜଣକ କୌଣସି ମତେ ଚେଷ୍ଟା କରି ସେଠାରୁ ବାହାରି ସୋଲନରେ ପହଞ୍ଚି ପରିବାର ଏବଂ ପୁଲିସକୁ ଏହି ସୂଚନା ଦେଇଥିଲେ। ପୁଲିସ ଦୁଇ ଅଭିଯୁକ୍ତକୁ ଗିରଫ କରିସାରିଛି। ଦୁହେଁ ପାଞ୍ଚଦିନ ପର୍ଯ୍ୟନ୍ତ ପୁଲିସ ରିମାଣ୍ଡରେ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.