Below header

ଗତ ତିନି ମାସରେ ଉତ୍ତରାଖଣ୍ଡର ୧୩୨ଟି ଗାଁରେ ଜନ୍ମ ନେଇନାହାନ୍ତି କୌଣସି ବି କନ୍ୟା ସନ୍ତାନ

ଉତ୍ତରାଖଣ୍ଡ: ଏମିତି ସମୟରେ ଯେତେବେଳେ କେନ୍ଦ୍ର ସରକାର ଆକ୍ରମକ ରୂପେ ନିଜର ‘ବେଟି ବଢ଼ାଓ ବେଟି ପଢ଼ାଓ’ ଯୋଜନାକୁ ଆଗକୁ ନେବାରେ ଲାଗିପଡିଛନ୍ତି, ସେହିସମୟରେ ଉତ୍ତରକାସି ଜିଲ୍ଲାର ୧୩୨ଟି ଗାଁରେ ଜନ୍ମ ନେଇଥିବା ଛୁଆଙ୍କ ଠାରୁ ଜଣାପଡ଼ିଛିକି ଗତ ତିନି ମାସ ଭିତରେ ଏହି ଅଂଚଳରେ କୌଣସି ବି କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିନାହାନ୍ତି। ଅଧିକାରୀଙ୍କ ରିପୋର୍ଟ ଅନୁସାରେ ଗତ ତିନି ମାସରେ ଜିଲ୍ଲାରେ ୧୩୨ଟି ଗାଁରେ ୨୧୬ ଜଣ ଛୁଆ ଜନ୍ମ ହୋଇଛନ୍ତି , ହେଲେ ଏମାନଙ୍କ ଭିତରୁ କେହି ଜଣେ ହେଲେ ବି ଝିଅ ନାହାନ୍ତି । ଯାହା ଜିଲ୍ଲା ପ୍ରାସାଶନକୁ ଆଶ୍ଚର୍ଯ୍ୟ କରିଛି ଓ ଜିଲ୍ଲା ମାଜିଷ୍ଟ୍ରେଟ ଡାକ୍ତର ଆଶିଷ ଚୌହାନ କହିଛନ୍ତି କି, ଏହା ପଛର କାରଣ କଣ ହୋଇପାରେ ସେ ନେଇ ଅଧୟନ କରାଯିବ ଓ ସେ ଆଶା କାର୍ଯ୍ୟକର୍ତାଙ୍କ ସହିତ ଏକ ଆପାତ ବୈଠକ ମଧ୍ୟ କରିଛନ୍ତି ।

childବୈଠକରେ ଏହି ଅଞ୍ଚଳରେ ସତର୍କତା ବଢ଼ାଇବା ସହିତ ଡାଟା ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି। ଏଏନଆଇ ସହିତ କଥା ହେବା ସହିତ ସାମାଜିକ କାର୍ଯ୍ୟକର୍ତ୍ତା କଳ୍ପନା ଠାକୁର ଅଭିଯୋଗ କରିଛନ୍ତି କି, କିନ୍ୟା ସନ୍ତାନ ଜନ୍ମ ନନେବା ସ୍ପଷ୍ଟ କରୁଛି କି ଏଠାରେ ବହୁଳ ଭାବେ କନ୍ୟା ଭ୍ରୁଣ ହତ୍ୟା କରାଯାଉଛି । ତେବେ ବିଭିନ୍ନ ବୁଦ୍ଧିଜୀବୀ ମହଲରୁ ଏନେଇ କଡା ପଦକ୍ଷପ ଗ୍ରହଣ କରାଯାଉ ବୋଲି ସରକାରଙ୍କ ନିକଟରେ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.