ଧର୍ମଗଡ଼ : ବିଭିନ୍ନ ଦାବି ନେଇ ଗୋଲାମୁଣ୍ଡା କିଷାନ ସଂଘ ପକ୍ଷରୁ ଦିନିକିଆ ଚାଷୀ ସ୍ୱାଭିମାନ ପଦ ଯାତ୍ରା

ଧର୍ମଗଡ଼ : ବିଭିନ୍ନ ଦାବି ନେଇ ଧର୍ମଗଡ଼ ଜିଲ୍ଲା ଗୋଲାମୁଣ୍ଡା କିଷାନ ସଂଘ ପକ୍ଷରୁ ଦିନିକିଆ ଚାଷୀ ସ୍ୱାଭିମାନ ପଦ ଯାତ୍ରା । ଶହ ଶହ ଚାଷୀ ଗୋଲାମୁଣ୍ଡାଠାରୁ ବିଶାଳ ପଦଯାତ୍ରା ବାହାରି ଧର୍ମଗଡ଼ ଉପ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ଗୋଲାମୁଣ୍ଡା ବ୍ଲକର ମାନଝରି, ବୃନ୍ଦାବାହାଲ, ଚପୁରିଆ, ମହାଲିଙ୍ଗ, ସିନାପାଲି ଭଳି ଗ୍ରାମପଞ୍ଚାୟତକୁ ୨୦୧୮-୧୯ ଫସଲ ବୀମା ପ୍ରଦାନ କରିବା ଦାବିରେ ଏହି ସ୍ୱାଭିମାନ ପଦଯାତ୍ରା ଡାକରା ଦିଆଯାଇଛି। ଶୋଭାଯାତ୍ରାରେ ଗୋଲାମୁଣ୍ଡା ବ୍ଲକର ଶହ ଶହ ଚାଷୀ ଯୋଗ ଦେଇଥିଲେ। ଗୋଲାମୁଣ୍ଡା ବ୍ଲକର ୮୦ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି। ତୁରନ୍ତ ସମସ୍ୟା ସମାଧାନ ନହେଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନକୁ ଭୟାବହ କରିବାକୁ ଚେତାବନୀ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.