Below header

ଶୂନ୍ୟକାଳରେ ଉଠିଲା ଶିଶୁ ନିଖୋଜ ଓ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ, ସରକାରଙ୍କ ସ୍ପଷ୍ଟୀକରଣ ଦାବି କରିଛନ୍ତି ବିରୋଧୀ

ଭୁବନେଶ୍ବର : ଶୂନ୍ୟକାଳରେ ଉଠିଲା ଶିଶୁ ନିଖୋଜ ଓ ନାବାଳିକା ଦୁଷ୍କର୍ମ ପ୍ରସଙ୍ଗ । ଉଭୟ କଂଗ୍ରେସ ଓ ବିଜେପି ଏହି ପ୍ରସଙ୍ଗ ଉଠାଇଛନ୍ତି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ଘଟଣାରେ ସରକାରଙ୍କ ସ୍ପଷ୍ଟୀକରଣ ଦାବି କରିଛନ୍ତି । ସେପଟେ କଂଗ୍ରେସ ବିଧାୟକ ଦଳ ନେତା ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି । ଅନୁଗୁଳ ନାବାଳିକା ଦୁଷ୍କର୍ମ ଓ ଭବାନୀପାଟଣା ପ୍ରସଙ୍ଗ ଉଠାଇଛନ୍ତି ନରସିଂହ ମିଶ୍ର । ଏନେଇ ରାଜ୍ୟ ସରକାର କ’ଣ ପଦକ୍ଷେପ ନେଇଛନ୍ତି, ସେନେଇ ବିବୃତ୍ତି ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ସେପଟେ ରାଜ୍ୟରେ ନାବାଳିକା ନିଖୋଜ ଓ ଅସଦାଚରଣ ପ୍ରସଙ୍ଗରେ ଆଲୋଚନା ଦାବି କରିଛନ୍ତି ବିରୋଧୀ ବିଜେପି ଓ କଂଗ୍ରେସ । ଏନେଇ ବିରୋଧୀ ଗୃହରେ ହଙ୍ଗାମା କରିବା ସହ ବାଚସ୍ପତିଙ୍କ ପୋଡିୟମ୍‌ ଉପରକୁ ଚଢିବାକୁ ଉଦ୍ୟମ କରିଥିଲେ  ଫଳରେ ବାଚସ୍ପତି ଦିନ ସାଢେ ୧୨ଟା ପର‌୍ୟ୍ୟନ୍ତ ଗୃହ ମୁଲତବୀ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.