Below header

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ, ଲାଞ୍ଚ ନେଇ ଧରା ପଡିଲେ ବିଭୁତି ଭୂଷଣ ପ୍ରଧାନ

ଘଟଗାଁ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଯନ୍ତ୍ରୀ। କେନ୍ଦୁଝର ଜିଲ୍ଲା ସାହରପଡା ବ୍ଲକ ର ଜେଇ ବିଭୁତି ଭୂଷଣ ପ୍ରଧାନ ଜଣେ ଠିକାଦାରଙ୍କ ଠାରୁ ପିସି ବାବଦରେ ୭୫୦୦ ଲାଞ୍ଚ ନେଉଥିବା ବେଳେ ବ୍ଲକସ୍ଥିତ ବାସଭବନରେ କେନ୍ଦୁଝର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ମଲ୍ହାରପଦା ଗ୍ରାମର ଠିକାଦାର ହେମନ୍ତ ମହାନ୍ତଙ୍କ ଠାରୁ ପୂଜାମଣ୍ଡପର ଅନ୍ତିମ ବିଲ ପାସ କରାଇବା ପାଇଁ ୭୫୦୦ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏହି ଚଢ଼ାଉରେ ଭଦ୍ରକ ଭିଜିଲାନ୍ସ ଡିଏସପି , ବାଲେଶ୍ଵର,ବାରିପଦା ଭିଜିଲାନ୍ସ ଇନିସ୍ପେକ୍ଟରଙ୍କ ସମେତ କେନ୍ଦୁଝର ଭିଜିଲାନ୍ସ ଡିଏସପି ଏବଂ ଅନ୍ୟାନ୍ୟ ଅଧିକାରୀମାନେ ସାମିଲ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.