Below header

ଗୃହରେ ଉଠିଲା ଡାକ୍ତର ଅଭାବ ପ୍ରସଙ୍ଗ, ସବୁ ବିଧାୟକଙ୍କୁ ଡାକି ସମସ୍ୟା ନେଇ ଆଲୋଚନା କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ରୁଲିଂ

ଭୁବନେଶ୍ବର : ଆଜି ବିଧାନସଭା ପ୍ରଶ୍ନକାଳରେ ଅର୍ଥବିଭାଗ ଉପରେ ଆଲୋଚନା ହୋଇଛି । ବିଧାୟକଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ରାଜ୍ୟରେ ବଢିବାରେ ଲାଗିଛି ପ୍ରଶାସନିକ ଖର୍ଚ୍ଚ । ଭତ୍ତା, ବେତନ, ପେନ୍‌ସନ୍‌ ଓ ଦପ୍ତର ପରିଚାଳନା ବାବଦରେ ୨୦୧୭-୧୮ରେ ୩୧ ହଜାର ୭୯୪୯ କୋଟି, ୧୮-୧୯ରେ ୩୯ ହଜାର ୯୩୬ କୋଟି ଓ ଚଳିତ ବର୍ଷ ୪୪ ହଜାର ୬୧୩ କୋଟି ବ୍ୟୟବରାଦ କରାଯାଇଛି । ପ୍ରଶାସନିକ ଖର୍ଚ୍ଚ କମାଇବା ଏବଂ ପାର୍କିଂ ନକରି ରଖିବାକୁ ଚିଠି ଲେଖାଯାଇଛି । ଚଳିତ ବର୍ଷ ଜୁନ୍‌ ସୁଦ୍ଧା ନିଜସ୍ୱ ଟିକସ ୬ ଜହାର ୯୪୩ କୋଟି ଏବଂ ଅଣଟିକସ ବାବଦରେ ୩୪୮୪ କୋଟି ଟଙ୍କା ଆଦାୟ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।

ସେହିପରି ରାଜ୍ୟରେ ଡାକ୍ତର ଅଭାବ ନେଇ ଗୃହରେ ଉଦ୍‌ବେଗ ପ୍ରକାଶ ପାଇଛି । ରାଜ୍ୟରେ ୪ ହଜାର ୧୩୨ ଜଣ ଡାକ୍ତର କାର୍ଯ୍ୟରତ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ସବୁ ଜିଲ୍ଲାରେ ଡାକ୍ତର ପଦବୀ ଖାଲି ରହିଛି । ପ୍ରାୟ ସବୁ ବିଧାୟକ ଏନେଇ ଅଭିଯୋଗ କରିଛନ୍ତି । ଜିଲ୍ଲା ଅନୁସାରେ ସବୁ ବିଧାୟକଙ୍କୁ ଡାକି, ତାଙ୍କ ଜିଲ୍ଲାରେ କ’ଣ ଡାକ୍ତରଙ୍କ ସମସ୍ୟା ରହିଛି ସେନେଇ ଆଲୋଚନା କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ରୁଲିଂ ଦେଇଛନ୍ତି ବାଚସ୍ପତି । ସେହିପରି କିମ୍‌ସ ହସ୍ପିଟାଲକୁ ପ୍ରଶଂସା କରିଛନ୍ତି ବିଧାୟକ ସୁରେଶ ରାଉତରାୟ । ପ୍ରଶ୍ନକାଳରେ ଘରୋଇ ହସ୍ପିଟାଲର ମନମାନି ଉପରେ ଆଲୋଚନା ବେଳେ କିମ୍‌ସ ହସପିଟାଲ ଭଲ କାମ କରୁଛି ବୋଲି ବିଧାନସଭାରେ କହିଛନ୍ତି ବିଧାୟକ ସୁରେଶ ରାଉତରାୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.