ରେଡମୀ ସିରିଜର ସବୁଠାରୁ ମହଙ୍ଗା ଫୋନ K20 Pro, ଆଜି ପ୍ରଥମ ସେଲରେ ପାଆନ୍ତୁ ଜବରଦସ୍ତ ରିହାତି

ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର। ସାଓମୀ ପକ୍ଷରୁ ରେଡମୀ କେ୨୦ ପ୍ରୋ’ର ପ୍ରଥମ ସେଲ ଆଜି ଦିନ ୧୨ରେ ଉପଲବ୍ଧ ହେବ। ଗ୍ରାହକ ଏହାକୁ ଫ୍ଲିପକାର୍ଟ ସହିତ ସାଓମୀର ଅଫିସିଆଲ ୱେବସାଇଟରୁ ମଧ୍ୟ ପାଇପାରିବେ। ଏହି ଫୋନ ରେଡମୀ ସିରିଜର ସବୁଠାରୁ ମହଙ୍ଗା ଫୋନ। ଯାହାର ପ୍ରାରମ୍ଭିକ ମୂଲ୍ୟ ୨୭,୯୯୯ ରହିଛି, ଯେଉଁଥିରେ ୬ଜିବି+୧୨୮ ଜିବି ପର୍ଯ୍ୟନ୍ତ ଡାଟା ରହିଛି। ସେହିଭଳି ୮ ଜିବି ରାମ ଏବଂ ୨୫୬ ଜିବି ଷ୍ଟୋରେଜ କ୍ଷମତା ଥିବା ଫୋନର ଦାନ ୩୦,୯୯୯ ଟଙ୍କା ରଖାଯାଇଛି। ଏହି ଫୋନକୁ କିଣିବା ପାଇଁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଅଫର ମଧ୍ୟ ରହିଛି।

କେ୨୦ ପ୍ରୋ’ର ଫିଚର:

ସାଓମୀ ରେଡମୀ କେ୨୦ ପ୍ରୋ’ରେ ୬.୩୯  Full HD+ AMOLED ଡିସପ୍ଲେ ରହିଛି। ଏହି ସ୍ମାର୍ଟଫୋନର Qualcomm  ଫ୍ଲାଗସିପ ପ୍ରୋସେସର Snapdragon 855  ରହିଛି। ଏହାସହିତ କମ୍ପାନୀ ଏଥିରେ Adreno 640 GPU  ଲଗାଇଛି। ଏହାର ଡିଜାଇନ ପାଇଁ କମ୍ପାନୀ ନାନୋ ହାଲୋଗ୍ରାଫିକ ଟେକନୋଲଜିର ବ୍ୟବହାର କରିଛି।

କ୍ୟାମେରା
ରେଡମୀ କେ୨୦ ପ୍ରୋ’ରେ ତିନୋଟି ରହିଛି। ଯାହାର ପ୍ରାଇମେରୀ ସେନସର ୪୮ ମେଗାପିକ୍ସେଲ ରହିଛି, ଦ୍ବିତୀୟ କ୍ୟାମେରା ୧୩ ମେଗାପିକ୍ସେଲ ଏବଂ ୱାଇଡ ଆଙ୍ଗେଲ ଲେନ୍ସ ରହିଛି। ତୃତୀୟଟି ୮ ମେଗାପିକ୍ସେଲ ରହିଛି। ସେଲଫି ନେବା ପାଇଁ ଏଥିରେ ୨୦ ମେଗାପିକ୍ସେଲ ପପ୍ ଅପ୍ ସେଲଫି କ୍ୟାମେରା ଲଗାଯାଇଛି। ଏହାର ବ୍ୟାଟେରୀ ପାୱାର ୪,୦୦୦ mHa ରହିଛି।

Leave A Reply

Your email address will not be published.