EPFO ରେ ଗ୍ରାଜୁଏଟଙ୍କ ପାଇଁ ନିଯୁକ୍ତି ବିଜ୍ଞପ୍ତି, ଜାଣନ୍ତୁ କିପରି କରିବେ ଆବେଦନ

କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ପକ୍ଷରୁ ଅନେକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ବ୍ୟତୀତ ସୋସିଆଲ ସିକ୍ୟୋରିଟି ଆସିଷ୍ଟାଣ୍ଟ ପଦବୀରେ ନିଯୁକ୍ତି ପାଇଁ ଜାରି କରାଯାଇଛି। ସମୁଦାୟ ୨୧୮୯ ଟି ପଦବୀରେ ନିଯୁକ୍ତି କରାଯିବ। ଆବେଦନ କରିବାର ଶେଷ ତାରିଖ ୨୧ ଜୁଲାଇ ରଖାଯାଇଛି। ଇଛୁକ ଏବଂ ଆଶାୟୀପାର୍ଥୀମାନେ ଅନଲାଇନ WWW.epfindia.gov.in ରେ ଆବେଦନ କରିପାରିବେ। ଏହି ପଦବୀରେ ଆବେଦନ କରିବା ପାଇଁ ଗ୍ରାଜୁଏଟ ହୋଇଥିବା ନିହାତି ଆବଶ୍ୟକ। ଆବେଦନକାରୀମାନଙ୍କ ଟାଇପିଙ୍ଗ ସ୍ପିଡ ଘଣ୍ଟା ପ୍ରତି ୫୦୦୦ ଅଲ୍ଫାବେଟ ହେବା ଆବଶ୍ୟକ। ସେହିଭଳି ଆବେଦନ କରିଥିବା ପାର୍ଥୀମାନଙ୍କ ବୟସ ସୀମା ୧୮ ରୁ ୨୭ ବର୍ଷ ହୋଇଥିବା ଆବଶ୍ୟକ। ଏହି ପୋଷ୍ଟରେ ଆବେଦନ କରିଥିବା ସାଧାରଣବର୍ଗର ପାର୍ଥୀମାନଙ୍କ ପାଇଁ ୫୦୦ ଟଙ୍କା ଏବଂ ଏସସି, ଏସଟି, ପିଡବ୍ୟଲୁଡି ବର୍ଗର ମହିଳା ଏବଂ ପୂର୍ବ କର୍ମଚାରୀମାନଙ୍କ ପାଇଁ ୨୫୦ ଟଙ୍କା ଶୁଳ୍କ ରଖାଯାଇଛି।

ଏହା ସହ ପଢନ୍ତୁ: ଶିକ୍ଷକ ହେବାକୁ ଚାହୁଁଛନ୍ତି ? ନବୋଦୟ ବିଦ୍ୟାଳୟରେ ବାହାରିଛି ନିଯୁକ୍ତି ବିଜ୍ଞାପନ, ଜାଣନ୍ତୁ କିପରି କରିବେ ଆବେଦନ

ପରୀକ୍ଷା ତାରିଖ

ପ୍ରଥମ ପରୀକ୍ଷା: ୩୧ ଅଗଷ୍ଟ ଏବଂ ୧ ସେପ୍ଟେମ୍ବର

ମୁଖ୍ୟ ପରୀକ୍ଷା: ପ୍ରଥମ ପରୀକ୍ଷାର ନମ୍ବର ଘୋଷଣା କରାଯିବା ପରେ ମୁଖ୍ୟ ପରୀକ୍ଷାର ଲେଟର ପଠାଯିବ।

ଚୟନ ପକ୍ରିୟା

ଆଶାୟୀପାର୍ଥୀମାନଙ୍କୁ ପ୍ରତମ ପରୀକ୍ଷା, ମୁଖ୍ୟ ପରୀକ୍ଷା ଏବଂ ସ୍କିଲ ଟେଷ୍ଟ ଆଧାରରେ ଚୟନ କରାଯିବ।

ବେତନ

ଚୟନ ହେବା ପରେ ପାର୍ଥୀମାନଙ୍କୁ ପ୍ରତି ମାସରେ ୨୫ ହଜାର ଦରମା ଦିଆଯିବ।

Leave A Reply

Your email address will not be published.