Below header

ହୀରାକୁଦ ଜଳଭଣ୍ଡାରରେ ଖସୁଛି ଜଳସ୍ତର, ଉପରମୁଣ୍ଡର ବର୍ଷା ନହେବାରୁ ସ୍ଥିତି ସଙ୍କଟ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଖସୁଛି ଜଳସ୍ତର। ଉପରମୁଣ୍ଡର ବର୍ଷା ନହେବାରୁ ଜଳସ୍ତର କମିବାରେ ଲାଗୁଛି। ବର୍ତ୍ତମାନ ହୀରାକୁଦରେ ଜଳସ୍ତର ୫୯୯.୧୨ଫୁଟ ରହିଛି । ଗତ ବର୍ଷ ଏହି ସମୟରେ ଜଳସ୍ତର ୬୧୮.୧୮ଫୁଟ ଥିଲା । ଏଭଳି ସ୍ଥିତି ଲାଗିରରହିଲେ ଆଗକୁ ବିଭିନ୍ନ କେନାଲରେ ଜଳସେଚନ ପାଇଁ ଛଡ଼ାଯାଉଥିବା ପାଣି ମଧ୍ୟ କମ କରାଯିବ । ପାୱାର ହାଉସ ପାଇଁ କମ ପାଣି ଛଡ଼ାଯିବା ଫଳରେ ବିଦ୍ୟୁତ ଉତ୍ପାଦନରେ ମଧ୍ୟ ବାଧା ଉପୁଜିପାରେ ବୋଲି କୁହାଯାଇଛି।

ହୀରାକୁଦ ଉପରମୁଣ୍ଡରେ ଏପର୍ଯ୍ୟନ୍ତ ୧୭୫ମିମି ବର୍ଷା ରେକର୍ଡ କରାଯାଇଛି। କେବଳ ୨୦୧୬କୁ ଛାଡ଼ିଦେଲେ ଗତ ୫ବର୍ଷ ମଧ୍ୟରେ ଏଭଳି ପରିସ୍ଥିତି କେବେ ଦେଖାଯାଇନଥିଲା। ଏହି ସମୟ ବେଳକୁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢି ଗେଟ ଖୋଲିବା ପରିସ୍ଥିତି ହେଉଥିବା ବେଳେ ଚଲିତ ବର୍ଷ ଅଗଷ୍ଟ ମାସ ହେବାକୁ ବସିଥିଲେ ସୁଦ୍ଧା ଗେଟ ଖୋଲିବାର କୌଣସି ସୂଚନା ଦେଖିବାକୁ ମିଳିନାହିଁ। ଗତବର୍ଷ ଜୁଲାଇ ୨୪ତାରିଖରେ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.