Below header

ରେଳ ଧାରଣା ଉପରେ ହାତୀପଲ, ଡ୍ରାଇଭରଙ୍କ ଉପସ୍ଥିତ ବୃଦ୍ଧି ଯୋଗୁଁ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୨୦ରୁ ଉର୍ଦ୍ଧ୍ୱ ହାତୀ

ଆଠଗଡ଼ : ରେଳ ଧାରଣା ଉପରେ ହାତୀପଲ। ଦୁର୍ଘଟଣାରୁ ଅଳ୍କକେ ବର୍ତ୍ତିଲେ ୨୦ରୁ ଅଧିକ ହାତୀ । ଆଜି ସକାଳେ ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ରେଂଜ ମତ୍ସ୍ୟପୁର ଲେବଲ କ୍ରସିଂ ନିକଟରେ ଏକ ହାତୀ ପଲ ରେଳ ଧାରଣା ଉପରକୁ ଚାଲିଆସିଥିଲେ। ଏମାନେ ରେଳ ଧାରଣା ପାର ହୋଇ ଜଙ୍ଗଲ ଆଡକୁ ଯାଉଥିଲେ। ତେବେ ଦୂରରୁ ହାତୀପଲଙ୍କୁ ଦେଖି ଟ୍ରେନ୍‌ ଡ୍ରାଇଭର ଟ୍ରେନ୍‌କୁ ଅଟକାଇ ଦେଇଥିଲେ। ଫଳରେ କୌଣସି ହାତୀର କ୍ଷତି ହୋିନଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.