Below header

ଗଜପତି: ବାପାକୁ ମୁଖାଗ୍ନି ଦେଲେ ଆଉଜଣେ ଝିଅ

ପାରଳାଖେମୁଣ୍ଡି(କେନ୍ଯୁଜ୍): ଗତ କିଛିଦିନ ତଳେ ମାଲକାନାଗିରିରେ ବାପାକୁ ଝିଅ ମୁଖାଗ୍ନି ଦେଉଥିବାର ଦୃଶ୍ୟ  ଦେଖିଥିଲା ସମଗ୍ର ରାଜ୍ୟ । ଏବେ ପୁଣି ଥରେ ସେହିଭଳି ଏକ ଘଟଣା ଗଜପତି ଜିଲ୍ଲା କାଶିନଗର ବ୍ଲକ ଅନ୍ତର୍ଗତ ସିଧାମଢଙ୍ଗ ଗ୍ରାମରେ ଘଟିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତ ଶନିବାର ଦିନ ସିଧାମଢଙ୍ଗ ଗ୍ରାମରେ ଏକ ଭଡା ଘରେ ରହୁଥିବା ଦାମଦର ପାଣିଗ୍ରାହୀଙ୍କ ୮୪ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। ସେ ତାଙ୍କ ଅବିବାହିତା ସାନ ଝିଅ ସଞ୍ଜୁ ପାଣିଗ୍ରାହୀଙ୍କ ସହ ସେଠାରେ ରହୁଥିଲେ। ଦାମଦରଙ୍କ ଦୁଇ ପୁଅ ଏବଂ ଦୁଇ ଝିଅ ଥିଲେ ମଧ୍ୟ ଦୁର୍ଭାଗ୍ୟ ବଶତଃ ତାଙ୍କ ଦୁଇ ପୁଅଙ୍କର ମୃତ୍ୟୁ ହୋଇସାରିଛି ଏବଂ ବଡ ଝିଅ ବିବାହ ପରେ ଶାଶୁ ଘରେ ରହୁଛନ୍ତି। ଶେଷରେ ବାପାଙ୍କ ସେବା ପାଇଁ ଅବିବାହିତା ରହିଥିବା ସାନ ଝିଅ ସଞ୍ଜୁ ନିଜ ଛାତିକୁ ପଥର କରି ବାପାର ଶେଷକୃତ୍ୟ ସମ୍ପର୍ଣ୍ଣ କରିଥିଲେ। ଅନ୍ୟପଟେ ବାପାଙ୍କ ଦେହାନ୍ତ ପରେ ଏକା ଏବଂ ଅସହାୟ ହୋଇ ପଡିଥିବା ସଞ୍ଜୁଙ୍କୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.