ସାରଥୀଙ୍କୁ ମିଳିଲା ଜାମିନ୍‌, ୩ଟି ମାମଲାରେ ଜେଲରେ ଥିଲେ ସନ୍ତୋଷ ରାଉଳ

କଟକ : ସାରଥୀଙ୍କୁ ମିଳିଲା ଜାମିନ୍‌। ହାଇକୋର୍ଟରୁ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି। ୨ଲକ୍ଷ ଟଙ୍କାର ୨ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ୍‌ ମିଳିଛି। ସାରଥୀଙ୍କ ଓକିଲ ମାନସ ଚାନ୍ଦ ଏନେଇ ସୂଚନା ଦେଇଛନ୍ତି। ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ନାଁରେ ୩ଟି ମାମଲା ରୁଜୁ ହୋଇଥିଲା। ପୂର୍ବରୁ ୨ଟି ମାମଲାରେ ଜାମିନ ପାଇଥିଲେ ସାରଥୀ । ୨୦୧୫ ଅଗଷ୍ଟ ୮ରେ ଗିରଫ ହୋଇଥିଲେ ସାରଥୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.