Below header

ରାଉରକେଲା : ବିଶ୍ୱକପ୍‌ କ୍ରିକେଟ ବେଟିଂ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ ପ୍ରତିବାଦରେ ଓକିଲ ସଂଘର ଧାରଣା

ରାଉରକେଲା : ବିଶ୍ୱକପ୍‌ କ୍ରିକେଟ ବେଟିଂ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ ପ୍ରତିବାଦରେ ଓକିଲ ସଂଘର ଧାରଣା । ରାଉରକେଲା ଏସଡିଜେଏମଙ୍କ କୋର୍ଟ ଆଗରେ ଧାରଣା ଦେବା ସହ ଏସଡିଜେଏମଙ୍କ ବଦଳିି ଦାବି କରିଛି ସଂଘ। ନିକଟରେ ବିଶ୍ୱକପ୍‌ ବେଟିଂର ଅଭିଯୁକ୍ତ ନଗରମଲ ଅଗ୍ରୱାଲର ଜାମିନ ଶୁଣାଣି ହେବାର ଥିଲା। କିନ୍ତୁ କୋର୍ଟ ବନ୍ଦ ଥିବା ସମୟରେ ତାଙ୍କୁ କିଭଳି ଜାମିନ ପ୍ରଦାନ କରାଗଲା ତାର ପ୍ରତିବାଦରେ ଏସଡିଜେଏମଙ୍କ କୋର୍ଟ ଗେଟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ବିଚାରପତିଙ୍କୁ କୋର୍ଟ ଭିତରକୁ ପୁରାଇ ଦେଇନାହାନ୍ତି। ବିଶ୍ୱକପ କ୍ରିକେଟ ଚାଲିଥିବା ରାଉରକେଲାର ଜନତା ନିବାସ ଲେନରେ ବେଟିଂ ଚାଲିଥିବା ଅଭିଯୁକ୍ତକୁ ଗିରଫ କରିଥିଲା ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.