Below header

ଏବେ ରାସନ୍ କାର୍ଡ ପାଇଁ ପ୍ରସ୍ତୁତ ହେବ ନୂଆ ଚାର୍ଟ, ତାଲିକା ରୁ ହଟିବ ଅଯୋଗ୍ୟ ପ୍ରାର୍ଥୀଙ୍କ ନାମ

ରାସନ କାର୍ଡର ହିତାଧିକାରୀ ଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ମାଗଣା ରାସନ ର ଅବଧି ସରକାର ବୃଦ୍ଧି କରିଛନ୍ତି । ଏହି ସମୟ ମଧ୍ୟରେ ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ ରାସନ କାର୍ଡର ନିୟମରେ ପରିବର୍ତ୍ତନ ଆଣୁଛି । ସରକାରୀ ରାସନ ଦୋକାନ ରୁ ଖାଦ୍ୟଶସ୍ୟ ଗ୍ରହଣ କରୁଥିବା ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ସ୍ଥିର କରାଯାଇଥିବା ମାନଦଣ୍ଡରେ ପରିବର୍ତ୍ତନ କରାଯାଉଛି । ନୂତନ ମାନଦଣ୍ଡ ଡ୍ରାଫ୍ଟ ବର୍ତ୍ତମାନ ପ୍ରସ୍ତୁତ ହୋଇସାରିଛି । କେବଳ ଏତିକି ନୁହେଁ ରାଜ୍ୟ ସରକାରଙ୍କ ସହ ଅନେକ ପର୍ଯ୍ୟାୟର ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ନୂଆ ବ୍ୟବସ୍ଥାରେ କ’ଣ ଘଟିବ ଆସନ୍ତୁ ଜାଣିବା ।

ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗ ଅନୁଯାୟୀ, ବର୍ତ୍ତମାନ ଦେଶରେ ୮୦ କୋଟି ଲୋକ ଜାତୀୟ ଖାଦ୍ୟ ସୁରକ୍ଷା ଆଇନର ଲାଭ ଉଠାଉଛନ୍ତି। ସେମାନଙ୍କ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ । ଏହାକୁ ଧ୍ୟାନରେ ରଖି ସାର୍ବଜନୀନ ବଣ୍ଟନ ମନ୍ତ୍ରଣାଳୟ ମାନଦଣ୍ଡରେ ପରିବର୍ତ୍ତନ ଆଣିବାକୁ ଯାଉଛି । ବର୍ତ୍ତମାନ ନୂତନ ମାନକ ସଂପୂର୍ଣ୍ଣ ସ୍ୱଚ୍ଛ ହେବ ଯାହା ଦ୍ୱାରା କୌଣସି ବିଶୃଙ୍ଖଳା ହୋଇପାରିବ ନାହିଁ । ପରେ କେବଳ ଯୋଗ୍ୟ ବ୍ୟକ୍ତି ଏହି ସୁବିଧା ପାଇବେ, ଅଯୋଗ୍ୟ ଲୋକମାନେ ଏହି ସୁବିଧା ପାଇପାରିବେ ନାହିଁ । ଅସହାୟ ଲୋକଙ୍କୁ ଧ୍ୟାନରେ ରଖି ଏହି ପରିବର୍ତ୍ତନ କରାଯାଉଛି ।

ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବିଭାଗର ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ‘ୱନ୍ ନେସନ୍, ୱନ ରାସନ କାର୍ଡ’ (ONORC) ଯୋଜନା କାର୍ଯ୍ୟକାରୀ ହୋଇସାରିଛି । କୋଟି କୋଟି ହିତାଧିକାରୀ ଅର୍ଥାତ୍ NFSA ଅନ୍ତର୍ଗତ ଆସୁଥିବା ଜନସଂଖ୍ୟାର ୮୬ ପ୍ରତିଶତ ଏହି ଯୋଜନାର ଲାଭ ଉଠାଉଛନ୍ତି । ପ୍ରତି ମାସରେ ପ୍ରାୟ ୧.୫ କୋଟି ଲୋକ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ଲାଭ ଉଠାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.