ଡିଜେଲ ଚାଳିତ ଟ୍ରେନରେ ଆଉ ଦେବେ ନାହିଁ ଏକ୍ସଟ୍ରା ଟାକ୍ସ, ଜାଣନ୍ତୁ ରେଳ ବିଭାଗର ନୂଆ ନିୟମ

ଟ୍ରେନ ଯାତ୍ରା କରିବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଭଲ ଖବର। ଏବେ ଟ୍ରେନ ଟିକେଟ ପାଇଁ ଦେବାକୁ ପଡ଼ିବ ନାହିଁ ଏକ୍ସଟ୍ରା ଟାକ୍ସ। ରେଳ ବିଭାଗ ତରଫରୁ ଏହାକୁ ନେଇ ଜାରି ହୋଇଛି ନୂଆ ନିୟମ। ଭାରତୀୟ ରେଳ ବିଭାଗ ଗତ ଗୁରୁବାର ଏହାକୁ ନେଇ ବଡ଼ ସୂଚନା ଦେଇଛି। ସୂୂଚନା ଅନୁଯାୟୀ ଏବେ ଡିଜେଲ ଚାଳିତ ଟ୍ରେନରେ ଯାତ୍ରୀ ମାନଙ୍କୁ ଏକ୍ସଟ୍ରା ଟଙ୍କା ଦେବାକୁ ପଡ଼ିବ ନାହିଁ।

କିଛିିଦିନ ପୂର୍ବରୁ ଏକ ରିପୋର୍ଟ ଆସିଥିଲା, ଯେ ଡିଜେଲ ଚାଳିତ ଟ୍ରେନରେ ଯାତ୍ରୀ ମାନେ ଏକ୍ସଟ୍ରା ଟଙ୍କା ଦେବେ । ଯାହାକୁ ଭାରତୀୟ ରେଳ ବିଭାଗ ଖଣ୍ଡନ କରିଛି। ଏହାକୁ ନେଇ ରେଳ ବିଭାଗ ତରଫରୁ ୧୪ ଅପ୍ରେଲରେ ଏକ ସୂଚନା ମଧ୍ୟ ଜାରି ହୋଇଛି। ଏମିତିରେ ରେଳ ବିଭାଗ ତାର ଅଫିସିଆଲ େଓ୍ଵବସାଇଟରେ ଏହା ସମ୍ପର୍କରେ ସୂଚନା ଦେଇଛି। ଡିଜେଲ ଟ୍ରେନରେ ଅତିରିକ୍ତ ଟାକ୍ସ କଥା କୁ ଖଣ୍ଡନ ମଧ୍ୟ କରିଛି। ତେଣୁ ଏହାକୁ ନେଇ କୌଣସି ନିୟମକୁ ବାରଣ କରିବାକୁ କୁହାଯାଇଛି।

ଏହାସହ ଏବେ ଭାରତୀୟ ରେଳ ଯାତ୍ରାକୁ ନେଇ ମଧ୍ୟ ନୂଆ ନିୟମ ଲାଗୁ କରିବାକୁ ଯାଉଛି। ଏହାପରେ ଆପଣ ଖୁବ କମ ସମୟରେ ଟିକେଟ ବୁକ କରିପାରିବେ। ଏମିତିରେ ଏବେ ଆଉ ଆପଣ ଟିକେଟ ବୁକିଂ ସମୟରେ ନିଜ ଡେଷ୍ଟିନେସନ ଆଡ୍ରେସ ଦେବାକୁ ପଡ଼ିବ ନାହିଁ। ଏଥର ରେଳ ବିଭାଗ ଦିଶା-ନିର୍ଦ୍ଦେଶ ଜାରି କରିଛନ୍ତି।

କରୋନା କାଳରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲା।ଦେଶରେ କରୋନା ମାମଲା ଧିରେ ଧିରେ ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ସଂକ୍ରମଣ କମ୍‌ ମାମଲାକୁ ଦେଇ ଭାରତୀୟ ରେଲୱେ ପକ୍ଷରୁ ଲାଗୁ ହୋଇଥିବା ପ୍ରତିବନ୍ଧକ ସବୁ କୋହଳ ହେବାକୁ ଲାଗିଲାଣି। ଏମିତିରେ କରୋନା ସମୟରେ ସେମାନେ ନିଜ ଡେଷ୍ଟିନେସନ ପ୍ଲେସ ସମ୍ପର୍କରେ ସୂଚନା ଦେଉଥିଲେ। ଏବେ କିନ୍ତୁ ତାହା ଦେବେ ନାହିଁ। ରେଳ ମନ୍ତ୍ରାଳୟ ଏହି ନିୟମକୁ ଲାଗୁ କରିଛି। ଯେବେ ବି ଆବଶ୍ୟକ ପଡ଼ିବ ସେତେବେଳେ ଯାତ୍ରୀଙ୍କ ସହ ସିଧା କନେକ୍ଟ କରାଯାଇପାରିବ।

ଏହାସହ ରେଳ ବିଭାଗ ଯାତ୍ରୀଙ୍କ ପାଇଁ ୩ ଯୋଡ଼ି ଏକ୍ସପ୍ରେସ ଟ୍ରେନରେ ଗୋଟିଏ ଗୋଟିଏ ଅସ୍ଥାୟୀ ଅତିରିକ୍ତ କୋଚ ଲଗାଇବାର ନିଷ୍ପତ୍ତି ନେଇଛି। ଯାତ୍ରୀମାନଙ୍କ ଭିଡ଼କୁ ଧ୍ୟାନରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଏମିତିରେ ସେମାନଙ୍କୁ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.