Below header

ଲଞ୍ଚ ପୂର୍ବରୁ ଲିକ୍‌ ହେଲା ଦୁନିଆର ପ୍ରଥମ ଫ୍ରେମଲେସ୍‌ ଟିଭି, ବହୁତ ଜଲଦି କରିପାରେ ବଜାର ପ୍ରବେଶ

ସାମସଙ୍ଗ୍‌ ଦୁନିଆର ପ୍ରଥମ ଫ୍ରେମଲେସ୍‌ ଟିଭି ଲଞ୍ଚ କରିବାର ପ୍ରସ୍ତୁତିରେ ରହିଛି। କିନ୍ତୁ ଲଞ୍ଚ ପୂର୍ବରୁ ସାମସଙ୍ଗର ଅପକମିଙ୍ଗ୍‌ ଟ୍ରୁ ଭେଜେଲ ଲେସ୍‌ 8K Tvର ଫଟୋ ଲିକ୍‌ ହୋଇଯାଇଛି। ଏହି ଲିକ୍‌ ଫଟୋକୁ ସାମସଙ୍ଗ ଟିଭିର ମାର୍କେଟିଙ୍ଗ୍‌ ମ୍ୟାଟେରିଆଲ ବୋଲି କୁହାଯାଉଛି। ଲିକ ହୋଇଥିବା ଫଟୋରେ ଦେଖାଯାଉଛି ଯେ ଏହି ଟିଭିରେ କୌଣସି ଫ୍ରେମ ଦିଆଯାଇନାହିଁ ଅର୍ଥାତ ଫ୍ରେମଲେସ୍‌ ଟିଭି।

frameless tvସୂଚନା ମୁତାବକ ଏହି ଟିଭିର ଅଫିସିଆଲ ନାମ Q900T କିମ୍ବା Q950T ରଖାଯିବ ବୋଲି ଅନୁମାନ କରାଯାଉଛି। ଏହା ମଧ୍ୟ କୁହାଯାଉଛି ଯେ ସାମସଙ୍ଗର ପ୍ରଥମ true bezel less ରେ ଇନ-ହାଉସ୍‌-ଓ୍ଵାନ କଣ୍ଟାକ୍ଟ ବକ୍ସ ମିଳିବ। ଏଥିରେ କମ୍ପାନୀର ହାଇ-ଆଣ୍ଡ-ଟିଭି ଭଳି ଓ୍ଵାନ୍‌-କଣ୍ଟାକ୍ଟ ଫଙ୍କସନର ସପୋର୍ଟ ମିଳିବ। ଏହାଛଡା ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ CES 2020ରେ ବହୁପ୍ରତିକ୍ଷିତ ଟ୍ରୁ ଭେଜେଲ ଲେସ୍‌ 8K TV ସହିତ 4K TVର ବହୁତ ମଡେଲସ୍‌ ମଧ୍ୟ ଲଞ୍ଚ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.