Below header

ଏହି ଆୟୋଜନ ଓଡ଼ିଆ ଭାଷା ସଂସ୍କୃତିରେ ଏକ ଆନ୍ଦୋଳନ

ଆସନ୍ତା ଜାନୁଆରୀ ୫ ତାରିଖ ସକାଳ । କୋଳାହଳରେ କମ୍ପି ଉଠିବ ଭୁବନେଶ୍ୱର କିଟ୍‌ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌-୬ରେ ଥିବା କନଭେନସନ୍‌ ସେଣ୍ଟର । ଉଦ୍‌ଘାଟିତ ହେବ ସାରସ୍ୱତ ମହାକୁମ୍ଭ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ ଓ କାଦମ୍ବିନୀ ପତ୍ରିକା ହାଟ’ । ଏଥିରେ ଯୋଗ ଦେବେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ପ୍ରସିଦ୍ଧ ସାହିତ୍ୟିକ, ଲେଖକ, କବି ଏବଂ ସମ୍ପାଦକ ଓ ପ୍ରକାଶକ । ଓଡ଼ିଶା ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ହେଉଛି କାଦମ୍ବିନୀ । ଯାହା ନିରବଚ୍ଛିନ୍ନ ଭାବେ ପ୍ରକାଶିତ ହୋଇ ଆସୁଛି ଏବଂ ପାଠକଙ୍କ ଭରପୂର ଆଦର ବି ଲାଭ କରିଛି । ଘରେ ଘରେ ପରିଚିତି ଲାଭ କରିଛି ଏହି ଭିନ୍ନ ସ୍ୱାଦର ପତ୍ରିକା ।

ANURADHAHARA PRASAD

ଏଥର ପୁରସ୍କୃତ ହେବେ

ଚଳିତ ବର୍ଷ ଏହି ଉତ୍ସବରେ ବିଶିଷ୍ଟ ଔପନ୍ୟାସିକା ଶ୍ରୀମତୀ ଅନୁରାଧା ରାୟଙ୍କୁ ଜାତୀୟସ୍ତରୀୟ ‘ନୀଳିମା ରାଣୀ ସାହିତ୍ୟ ସମ୍ମାନ-୨୦୨୦’ରେ ସମ୍ମାନିତ କରାଯିବ । ଆଉ ସାହିତ୍ୟ କ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ସାହିତ୍ୟିକ ହର ପ୍ରସାଦ ଦାସଙ୍କୁ ପ୍ରଦାନ କରାଯିବ ‘କାଦମ୍ବିନୀ ସାହିତ୍ୟ ସମ୍ମାନ-୨୦୨୦ ।

SALMAN KHURSID

ଅତିଥି ଅଛନ୍ତି

ଜାନୁଆରୀ ୫ ତାରିଖ ସକାଳ ୧୦ଟାରେ ଏହି ସାରସ୍ୱତ ମହାକୁମ୍ଭକୁ ଉଦ୍‌ଘାଟନ କରିବେ ପୂର୍ବତନ କେନ୍ଦ୍ର ବୈଦେଶିକ ମନ୍ତ୍ରୀ ତଥା ବିଶିଷ୍ଟ ଆଇନଜୀବୀ ଏବଂ ଲେଖକ ସଲମାନ ଖୁର୍ସିଦ । ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ବିଶିଷ୍ଟ ଲେଖିକା ଶ୍ରୀମତୀ ମୃଦୁଳା ଗର୍ଗ, ବିଶିଷ୍ଟ ସାମ୍ବାଦିକ ରାହୁଲ ଦେବ, ସାହିତ୍ୟ ଏକାଡେମି ସଭାପତି ତଥା ବିଶିଷ୍ଟ ସାହିତ୍ୟିକ ଲେଖକ ଡ. ଚନ୍ଦ୍ରଶେଖର କମ୍ବର ଏବଂ ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ତଥା ନିର୍ଦ୍ଦେଶକ ରଜତ କପୁର । କାର୍ଯ୍ୟକ୍ରମ ପରିଚାଳନା କରିବେ ଓଡ଼ିଶାର ପ୍ରଖ୍ୟାତ କଥାକାର ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ।

MRODULARAHUL DEV
ଏହି ଅବସରରେ କାଦମ୍ବିନୀ ସମ୍ପାଦକ ସମ୍ମାନ-୨୦୨୦ ପାଇବେ ‘ଶତଦ୍ରୁ’ର ସମ୍ପାଦକ ଉପେନ୍ଦ୍ର ପ୍ରସାଦ ନାୟକ । କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନାରେ ସମ୍ମାନିତ ହେବେ ପ୍ରିୟବ୍ରତ ଦାସ, ଶ୍ରୀମତୀ ବିନୋଦିନୀ ଦେବୀ, ଭୂପେନ ମହାପାତ୍ର ଏବଂ ଶ୍ରୀମତୀ ରାଜେଶ୍ୱରୀ ଦଳବେହେରା ।

CHANDRA SEKHARRAJAT KAPOOR

ଓଡ଼ିଆ ଭାଷା ଓ ସଂସ୍କୃତିର ପ୍ରସାର

ସେ ହୁଏତ ଏକ ମଫସଲ ଗାଁର ମହିଳା ଥିଲେ । ହେଲେ ନିଜ ପିଲାମାନଙ୍କ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ବିଶେଷ କରି ନିଜ ଭାଷା ଓ ସଂସ୍କୃତିର ପ୍ରସାର ପାଇଁ ସବୁବେଳେ ଉତ୍ସାହିତ କରୁଥିଲେ ନୀଳିମା ରାଣୀ ସାମନ୍ତ । ଯିଏକି କାଦମ୍ବିନୀର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏବଂ ଏହି ପତ୍ରିକାର ସମ୍ପାଦିକା ଡ. ଇତି ସାମନ୍ତଙ୍କ ମା ।

NILIMA RANI

ତେଣୁ ତାଙ୍କରି ଦିଗଦର୍ଶନ ଏବଂ ପ୍ରେରଣାରେ ମା’ଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରି ଓଡ଼ିଆ ସାହିତ୍ୟର ସମୂହ ବିକାଶ ଏବଂ ପ୍ରସାର ପ୍ରଚାର ପାଇଁ ଏଭଳି ଏକ ଭିନ୍ନ ପ୍ରୟାସ ଚଳାଇଛନ୍ତି ଭାଇ ଭଉଣୀ ଡ. ଅଚ୍ୟୁତ ସାମନ୍ତ ଏବଂ ଡ. ଇତି ସାମନ୍ତ । କହିବାକୁ ଗଲେ ସାରା ଦେଶର ଏଭଳି ଏକ ଉଦ୍ୟମ ସର୍ବପ୍ରଥମ । ଯେଉଁ ସାରସ୍ୱତ ମହୋତ୍ସବରେ ସାରା ଦେଶର ଶହ ଶହ ସାରସ୍ୱତ ସାଧକ, ପ୍ରକାଶକ ଆଦି ଏକାଠି ହୁଅନ୍ତି । ସେମାନଙ୍କ ମଧ୍ୟରେ ସାହିତ୍ୟକୁ ନେଇ ଆଲୋଚନା, ପର୍ଯ୍ୟାଲୋଚନା ହୁଏ । ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ହୋଇଥାଏ । ବରିଷ୍ଠ ଠାରୁ କନିଷ୍ଠ ସମସ୍ତେ ଏକାକାର ହୋଇଯାଆନ୍ତି । ସାରା ପରିବେଶ ହୋଇଯାଏ ସାହିତ୍ୟମୟ । ସକାଳୁ ସନ୍ଧ୍ୟା ଯାଏ ଚାଲେ ସାହିତ୍ୟର ଆସର ।

କାଦମ୍ବିନୀ ପତ୍ରିକା ହାଟ

ଜାନୁଆରୀ ୫ ତାରିଖ ସକାଳ ୯.୩୦ରେ ପ୍ରଥମେ ଉଦଘାଟନ ହେବ ‘କାଦମ୍ବିନୀ ପତ୍ରିକା ହାଟ’ । ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ପତ୍ରପତ୍ରିକା ଦେଖିବା ଓ ପଢ଼ିବା ପାଇଁ ମିଳିବ । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତି ବର୍ଷ ଅନେକ ପୁସ୍ତକ ମେଳା ଅନୁଷ୍ଠିତ ହୋଇଥାଏ । ହେଲେ ଗାଁ ଗହଳିରୁ ଆରମ୍ଭ କରି ଜାତୀୟ ସ୍ତରର ଅନେକ ପତ୍ରପତ୍ରିକାକୁ ନେଇ ଏଭଳି ଏକ ମେଳାର ଆୟୋଜନ ସମ୍ପୂର୍ଣ୍ଣ ଭାବେ ନିଆରା ।

KADAMBINI_COVER PAGE-1

ଏଠି ଛୋଟ ବଡ଼ ସମସ୍ତ ପତ୍ରପତ୍ରିକା ଯୋଗ ଦିଅନ୍ତି । ପତ୍ରିକା ସମ୍ପାଦକ, ପ୍ରସ୍ତୁତକାରୀ, ବିକ୍ରେତା ସମସ୍ତଙ୍କୁ ଏଇ ହାଟରେ ମେଳା ଲାଗେ । ଏଠାରେ କୌଣସି ଏଣ୍ଟ୍ରି ଫି ନାହିଁ । ତେଣୁ କ୍ଷୁଦ୍ରରୁ ଆରମ୍ଭ କରି ବଡ଼ ପତ୍ରପତ୍ରିକା ଏଥିରେ ଉତ୍ସାହର ସହ ଭାଗ ନେବାକୁ ଆସିଥାନ୍ତି । ତା ସହିତ ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥାଏ । ଏହି ଅବସରରେ ଅନେକ ପୁସ୍ତକର ଉନ୍ମୋଚନ ମଧ୍ୟ ହୁଏ । ଏସବୁ ପାଇଁ ଏହା ତାର ନାଁ ‘ପତ୍ରିକା ହାଟ’କୁ ସାର୍ଥକ କରେ । ସର୍ବସାଣାରଣଙ୍କ ପାଇଁ ପତ୍ରିକା ହାଟ ଦେଖିବାର ସମୟ ହେଉଛି ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ।

କୁନାକୁନି ମେଳା

ଓଡ଼ିଶାର ସର୍ବପ୍ରଥମ ମାସିକ ତଥା ପାରିବାରିକ ଶିଶୁ କିଶୋର ପତ୍ରିକା ହେଉଛି ‘କୁନି କଥା’ । କାଦମ୍ବିନୀ ପତ୍ରିକା ଭଳି ଏହି ପତ୍ରିକା ମଧ୍ୟ କାଦମ୍ବିନୀ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଦ୍ୱାରା ଡ. ଇତି ସାମନ୍ତଙ୍କ ସମ୍ପାଦନାରେ ପ୍ରକାଶିତ ହେଉଛି । ତେଣୁ ଏହି ମହୋତ୍ସବରେ କେବଳ ଯୁବ କିମ୍ବା ବରିଷ୍ଠ ଲେଖକ ଓ ସାହିତ୍ୟିକଙ୍କ ପାଇଁ ମେଳା ଲାଗେ ନାହିଁ ।

KUNIKATHA COVER PAGE

ତା ସହିତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶିଶୁ ଓ କିଶୋର ପାଠକ, ଲେଖକଙ୍କର ମଧ୍ୟ ସମାହାର ଘଟେ । ସେମାନଙ୍କୁ ନେଇ ଅପରାହ୍ନରେ ଆୟୋଜିତ ହୁଏ କୁନାକୁନି ମେଳା । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ୨୦ଟି ଦଳକୁ ନେଇ ରାଜ୍ୟସ୍ତରୀୟ ନୃତ୍ୟ ପ୍ରତିଯୋଗିତା କରାଯାଏ । ସେମାନଙ୍କ ମଧ୍ୟରେ ଭାଷା, ସାହିତ୍ୟ ଓ ସଂସ୍କୃତିର ଆଦର ଯେମିତି ବଢ଼ିବ ସେଦିଗରେ ପ୍ରଚେଷ୍ଟା କରାଯାଇଥାଏ ।

ପୁରସ୍କାର ରାଶି ସର୍ବାଧିକ

ଆୟୋଜନ ଯେମିତି ବ୍ୟାପକ ଏହି ମହୋତ୍ସବରେ ପୁରସ୍କାର ରାଶି ମଧ୍ୟ ସେହିଭଳି ମର୍ଯ୍ୟାଦାଜନକ ଏବଂ ବଡ଼ । ଜାତୀୟ ସ୍ତରର ନୀଳିମା ରାଣୀ ସାହିତ୍ୟ ସମ୍ମାନ ବାବଦରେ ୫ ଲକ୍ଷ ଟଙ୍କା ଏବଂ କାଦମ୍ବିନୀ ସାହିତ୍ୟ ସମ୍ମାନ ବାବଦରେ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି । ପୁଣି ସ୍ୱତନ୍ତ୍ର ରୌପ୍ୟ ଫଳକ ସହିତ ମାନପତ୍ର ଦିଆଯାଉଛି । ଆହୁରି ମଧ୍ୟ କାଦମ୍ବିନୀ ସମ୍ପାଦକ ସମ୍ମାନ ଓ କାଦମ୍ବିନୀ ସାହିତ୍ୟ ସମ୍ବର୍ଦ୍ଧନା ବାବଦରେ ପ୍ରତ୍ୟେକଙ୍କୁ ୧୦ ହଜାର ଲେଖାଏଁ ପୁରସ୍କାର ରାଶି ଓ ମାନପତ୍ର ପ୍ରଦାନ କରାଯାଉଛି।
କୁନାକୁନି ରାଜ୍ୟସ୍ତରୀୟ ଦଳଗତ ନୃତ୍ୟ ପ୍ରତିଯୋଗିତାରେ ୨୦ଟି ଗ୍ରୁପ୍‌ ଭାଗ ନିଅନ୍ତି। ପ୍ରଥମ ଗ୍ରୁପ୍‌କୁ ୨୫ ହଜାର, ଦ୍ୱିତୀୟକୁ ୨୦ ହଜାର ଏବଂ ତୃତୀୟ ବିବେଚିତ ଦଳକୁ ୧୫ ହଜାର ଟଙ୍କା ପୁରସ୍କାର ରାଶି ସ୍ୱରୂପ ପ୍ରଦାନ କରାଯାଏ । ଅନ୍ୟ ୧୭ଟି ଗ୍ରୁପ୍‌କୁ ସାନ୍ତ୍ୱନାମୂଳକ ପୁରସ୍କାର ମିଳିଥାଏ ।

ADDପୂଜ୍ୟପୂଜା ଓ ଆତିଥେୟତାରେ ଶ୍ରେଷ୍ଠ

ବର୍ଷ ବର୍ଷ ଧରି ଚାଲି ଆସୁଥିବା ଏହି ସାରସ୍ୱତ ମହୋତ୍ସବରେ ହଜାର ହଜାର ଲୋକ ଯୋଗ ଦିଅନ୍ତି । କୌଣସି ସରକାରୀ ପ୍ରୋତ୍ସାହନ ନଥାଇ ଏକ ସଂସ୍ଥା ଦ୍ୱାରା ଏଭଳି ବିଶାଳ ଆୟୋଜନକୁ କେବଳ ସାହିତ୍ୟଜଗତ ନୁହେଁ ଅନ୍ୟ କ୍ଷେତ୍ରର ବ୍ୟକ୍ତିବିଶେଷ, ସାଧାରଣ ପାଠକ ପାଠିକା ଏବଂ ବ୍ୟକ୍ତି ମଧ୍ୟ ପ୍ରଶଂସା କରିଛନ୍ତି । ଏହାର ଶୃଙ୍ଖଳିତ ଆୟୋଜନ ଏବଂ ପୂଜ୍ୟପୂଜାର ବିଧି ଏବଂ ଆତିଥେୟତା ସମସ୍ତଙ୍କୁ ପ୍ରଭାବିତ କରିଛି ।

ଏକ ଆନ୍ଦୋଳନ

ଗୋଟିଏ ଜାଗାରେ ଗୋଟିଏ ଲକ୍ଷ୍ୟରେ ସମସ୍ତଙ୍କୁ ଏକାଠି କରି ଅନେକ କାର୍ଯ୍ୟକ୍ରମ କରାଯାଉଛି । ସେଥିପାଇଁ କେବଳ ରାଜ୍ୟ କି ଦେଶ ନୁହେଁ, ବିଦେଶରେ ମଧ୍ୟ ପ୍ରଶଂସିତ ହୋଇଛି ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ । ଏହି ସାରସ୍ୱତ କୁମ୍ଭମେଳା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ଏକ ଆନ୍ଦୋଳନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଯାହା ସମ୍ଭବ ହୋଇଛି ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏବଂ ସମ୍ପାଦିକା ଡ. ଇତି ସାମନ୍ତଙ୍କ ଆଗ୍ରହ ଓ ନିଷ୍ଠାପର ଉଦ୍ୟମ ଯୋଗୁଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.