ଗଛରୁ ଅନବରତ ବାହାରୁଛି ପାଣି, ଲୋକଙ୍କ ବିଶ୍ୱାସ, ଗଛରେ ରହିଛି ଦୈବୀଶକ୍ତି

ଦୁନିଆରେ ଅନେକ ରହସ୍ୟମୟ ଜିନିଷ ରହିଛି, ଯାହାର ରହସ୍ୟକୁ ବୈଜ୍ଞାନିକମାନେ ମଧ୍ୟ ଖୋଜି ବାହାର କରିପାରିନାହାନ୍ତି। ଏମିତି ହିଁ ଏକ ଗଛ ହରିୟାଣାର ନୁହ ଜିଲାଠାରୁ ମାତ୍ର ୩ କିଲୋମିଟର ଦୂରରେ ରହିଛି, ଯେଉଁଥିରୁ ଆପେ ଆପେ ପାଣି ବାହାରୁଛି। ଆଶ୍ଚଯ୍ୟର୍ର କଥା, ଏହି ପାଣି କେଉଁଠୁ ଆସିଥାଏ ଏବଂ କାହିଁକି ଏହା ଶୁଖି ନ ଥାଏ, ତାହାର ଉତ୍ତର କାହା ପାଖରେ ନାହିଁ। କୁହାଯାଏ କି, ଗଛରୁ ବାହାରୁଥିବା ପାଣି ପିଇଲେ ଚର୍ମ ରୋଗ ସହ ଅନ୍ୟାନ୍ୟ ରୋଗ ସବୁ ଭଲ ହୋଇଯାଏ।

tr3

ଏହି ଗଛ ଅନେକ ଦିନରୁ ଲୋକଙ୍କ ପାଇଁ ଆଶ୍ଚଯ୍ୟର୍ର ବିଷୟ ହୋଇ ହୋଇଛି। କିଛି ଲୋକ ଏହାକୁ ପ୍ରତିଦିନ ଦର୍ଶନ କରିବା ପାଇଁ ଆସିଥାଆନ୍ତି। ଏହି ଚମତ୍କାରୀ ବୃକ୍ଷ ପ୍ରାଚୀନ ଅରାବଳି ପର୍ବତମାଳାର ଶିଖରରେ ଥିବା ଏକ ମନ୍ଦିର ପରିସରରେ ଲଗାଯାଇଛି। ଏହା ଏକ କଦମ୍ବ ଗଛ।

tr4

ସେଠାକାର ଲୋକଙ୍କ ବିଶ୍ୱାସ ଯେ ଗଛରେ କୌଣସି ଏକ ଦିବ୍ୟଶକ୍ତି ବାସ କରୁଛି। ଗଛ ପାଖରେ ଥିବା ମନ୍ଦିରଟି ହେଉଛି ନଲ୍‌ହଡେଶ୍ୱର ମନ୍ଦିର। ଯେତେବେଳେ ଲୋକଙ୍କର କୌଣସି ବି ଅସୁବିଧା ହୁଏ, ସେମାନେ ଏହି ଗଛର ପାଣି ଭରିକି ନେଇଯାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.