କୃଷକଙ୍କୁ କେନ୍ଦ୍ର ସରକାରଙ୍କ ବଡ଼ ଉପହାର, ଏହି ସ୍କିମ୍‌ରେ ମିଳୁଛି କମ୍‌ ସୁଧରେ ଋଣ

କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ସ୍କିମ୍‌ (PMKSY) ର ସମସ୍ତ ଲାଭାର୍ଥୀକୁ କୃଷିକାର୍ଯ୍ୟ ପାଇଁ ସବୁଠୁ ଶସ୍ତା ଲୋନ୍‌ ଦେବାକୁ ଯୋଜନା କରୁଛନ୍ତି। ଫଳରେ ଟଙ୍କା ଅଭାବରୁ କୌଣସି ଚାଷୀ କୃଷି କାର୍ଯ୍ୟ ଛାଡ଼ିବେ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତବର୍ଷ ପିଏମ୍‌ କିଷାନ ଯୋଜନାର ସମସ୍ତ ଲାଭାର୍ଥୀଙ୍କୁ କିଷାନ କ୍ରେଡିଟ୍‌ କାର୍ଡ ଦେବା ଆରମ୍ଭ କରିଛନ୍ତି। ଏହି ସ୍କିମ୍‌ରେ ଲକ୍ଷାଧିକ ଲାଭାର୍ଥୀଙ୍କୁ KCC ଦିଆସରିଛି। କ୍ରେଡିଟ୍‌ କାର୍ଡ (KCC) ର ସୁବିଧା SBI ଚାଷୀଙ୍କ ପାଇଁ ଉପଲବ୍ଧ କରାଯାଇଛି। ଏହି ଯୋଜନାରେ ଚାଷୀମାନେ ସୁବିଧାରେ ଋଣ ପାଇପାରିବେ।

Kisan Credit Card: Here, KCC loan of up to 5 lakhs will be ...

ଏହି ସ୍କିମ୍‌ରେ ମିଳିବ ଏସବୁ ଲାଭ:

୧. ୧.୬୦ ଲକ୍ଷ ଟଙ୍କାର ଲୋନ୍‌ ପାଇଁ କୌଣସି ପ୍ରକାରର କୋଲେଟ୍ରେଲର ଆବଶ୍ୟକତା ନାହିଁ।
୨. ବର୍ଷେ ବା ପୈଠ କରିବା ତାରିଖ ଯାଏଁ ୭ ପ୍ରତିଶତ ହାରରେ ଋଣ ମିଳିପାରିବ।
୩. ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ୨ ପ୍ରତିଶତ ସୁଧ ହାର ଛାଡ଼ କରାଯିବ।
୪. ଠିକ୍‌ ସମୟରେ ଟଙ୍କା ପୈଠ କଲେ ସୁଧ ହାରରେ ଅତିରିକ୍ତ ୩ ପ୍ରତିଶତ ଛାଡ଼ କରାଯିବ।
୫. ଡିଉ ଡେଟ୍‌ ଯାଏଁ ଟଙ୍କା ପୈଠ ନ କଲେ ଆପଣଙ୍କୁ କାର୍ଡ ରେଟ୍‌ରେ ସୁଧ ଦେବାକୁ ପଡ଼ିବ।
୬. ସମସ୍ତ ଚାଷୀ ଋଣ ଉପରେ ଅଧିସୂଚିତ ଫସଲ ଏବଂ ଜମି ପାଇଁ କୃଷି ବୀମା ମିଳେ।
୭. KCC ରେ ବଳକା ଟଙ୍କା ଉପରେ ସେଭିଂ ବ୍ୟାଙ୍କ ରେଟ୍‌ରେ ସୁଧ ମିଳିବ।
୮. SBI ସମସ୍ତ KCC ଧାରକଙ୍କୁ ବିନା କୌଣସି ଶୁଳ୍କ ଏଟିଏମ୍‌ କମ୍‌ ଡେବିଟ୍‌ କାର୍ଡ ଦେବେ।

SBI KCC Farmers Get Loan At Cheaper Interest Rate Know Benefits of ...

କେଉଁ କାଗଜପତ୍ର ଜରୁରୀ:

-କୃଷକଙ୍କ ପରିଚୟ ପତ୍ର

-ଭୋଟର କାର୍ଡ

-ପାନ୍‌ କାର୍ଡ

-ପାସ୍‌ପୋର୍ଟ

-ଆଧାର କାର୍ଡ

-ଡ୍ରାଇଭିଂ ଲାଇସେନ୍ସ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.